ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସ୍ନାନ ପୂର୍ଣ୍ଣିମାଠୁ ନିଳାଦ୍ରୀବିଜେ ଯାଏଁ ପ୍ରସ୍ତୁତ ହେବ ନୀତି ନିର୍ଘଣ୍ଟ
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଥିବା ବୈଠକରେ ଆଗାମୀ ସ୍ନାନ ପୁର୍ଣ୍ଣିମା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ଥିର କରାଯିବ ।
ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସୁଥିବା ବୈଠକରେ ଆଗାମୀ ସ୍ନାନ ପୁର୍ଣ୍ଣିମା ଓ ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ଥିର କରାଯିବ । ଏଥିସହ ରଥ ଯାତ୍ରା କିଭଳି ଶୃଙ୍ଖଳିତ ଭାବେ ହେବ, ସେ ନେଇ ମଧ୍ୟ ଆଲୋଚନା କରାଯିବାକୁ ଥିବା ବେଳେ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ସ୍ନାନ ପୂର୍ଣ୍ଣିମା ନୀତି ହାତୀବେଶ ପରେ ତିନିରୁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ କରିବା ଉପରେ ପରିଚାଳନା କମିଟି ବୈଠକରେ ଗୁରୁତ୍ୱ ଦିଆଯିବ । ଶ୍ରୀମନ୍ଦିରରେ ଦଇତା ପ୍ରବେଶ, ସ୍ନାନପୂର୍ଣ୍ଣିମା, ନବଯୌବନ ଦର୍ଶନ, ରଥଯାତ୍ରା, ହେରାପଞ୍ଚମୀ, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ପ୍ରମୁଖ ଯାନିଯାତ୍ରାର ନୀତି ନିର୍ଘଣ୍ଟର ଅନୁମୋଦନ କରାଯିବ। ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିବା ପରେ ଖୁବଶୀଘ୍ର କିଭଳି କାର୍ଯ୍ୟ ଶେଷ ହେବ ସେନେଇ ମଧ୍ୟ ଆଲୋଚନା ହେବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ।












Click it and Unblock the Notifications