Get Updates
Get notified of breaking news, exclusive insights, and must-see stories!

ରାତି ପାହିଲେ ଅଗ୍ରପୂଜ୍ୟଙ୍କ ଆଗମନ, ଏଥର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଙ୍ଗ ବେରଙ୍ଗର ତୋରଣ

ରାତି ପାହିଲେ ହେବ ଅଗ୍ରପୂଜ୍ୟଙ୍କ ଆଗମନ । ଧରାପୃଷ୍ଠକୁ ଆସିବେ ଶ୍ରୀଗଣେଶ । ଅଗ୍ରପୂଜ୍ୟଙ୍କ ଆଗମନକୁ ନେଇ ସଜେଇ ହେଲାଣି ମଣ୍ଡପ ଆଉ ବନ୍ଧା ଚାଲିଛି ତୋରଣ ।

ଭୁବନେଶ୍ବର: ରାତି ପାହିଲେ ହେବ ଅଗ୍ରପୂଜ୍ୟଙ୍କ ଆଗମନ । ଧରାପୃଷ୍ଠକୁ ଆସିବେ ଶ୍ରୀଗଣେଶ । ଅଗ୍ରପୂଜ୍ୟଙ୍କ ଆଗମନକୁ ନେଇ ସଜେଇ ହେଲାଣି ମଣ୍ଡପ ଆଉ ବନ୍ଧା ଚାଲିଛି ତୋରଣ । କାରିଗର ଗଣନାଥଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ, ବେଶ୍‌ ଚଳଚଞ୍ଚଳ ହୋଇଉଠିଲାଣି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ।

Ganesh Puja

ଚଳିତ ବର୍ଷ କୋରୋନାର ୨ବର୍ଷ ପରେ କଟକଣା ମୁକ୍ତ ପୂଜା ହେଉଥିବାରୁ ଚଳିତ ବର୍ଷ ବିଘ୍ନ ବିନାଶକଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ୨ ବର୍ଷ ପରେ ପୂଜା ପାଇଁ କୋରୋନା କଟକଣା ନାହିଁ । ପୂଜା ଏଥର ଜମିବ ବୋଲି ଶ୍ରଦ୍ଧାଳୁ ଆଶା କରିଛନ୍ତି । ତେବେ ରାଜଧାନୀରେ ବିଭିନ୍ନ ସଂଗଠନ ପୂଜା ପ୍ରସ୍ତୁତି କରିଛନ୍ତି । ବଡ ବଡ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ସାଜସଜ୍ଜାରେ ଝଟକୁଛି ପୂଜା ପେଣ୍ଡାଲ । ପୂଜା ଆକର୍ଷଣୀୟ କରିବାକୁ ଜୋରସୋରରେ ଲାଗି ପଡିଛନ୍ତି ବିଭିନ୍ନ ପୂଜା କମିଟି ।

ସହିଦ୍ ସ୍ପୋଟିଙ୍ଗ କ୍ଳବ୍ ପକ୍ଷରୁ ନିଆରା ଥିମରେ ଚାଲିଛି ମୂର୍ତ୍ତି ପ୍ରସ୍ତୁତି । ଇକୋ ଫ୍ରେଣ୍ଡଲି ଗଣେଶ ସହ ତୋରଣ ସଜେଇବାରେ ଲାଗିଛନ୍ତି କାରିଗର । ଏଥର ହୁଗୁଳା ପତ୍ର ଓ କରତ ଗୁଣ୍ଡରେ ସଜ୍ଜିତ ହୋଇଛନ୍ତି ଅଗ୍ରପୂଜ୍ୟ ଏବଂ ମୂଷିକ ବାହନ । ୨୫ ଫୁଟ ଉଚ୍ଚ ବିଶିଷ୍ଟ ମୂର୍ତ୍ତି ପ୍ରସ୍ତୁତିରେ ମାସେ ହେଲା ଲାଗିଛନ୍ତି କୋଲକାତାର କାରିଗର । ସେହିପରି ୫୦ ଫୁଟ ତୋରଣ ସଳିତାରେ ସୁସଜ୍ଜିତ ହୋଇଛି । ୭ ଦିନ ଧରି ପୂଜା ହେବାକୁ ଥିବାବେଳେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ସଂଗଠନ ପକ୍ଷରୁ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଯାଜପୁରରେ ଚଳିତ ଥର ୪୨ ଟି ମଣ୍ଡପରେ ପୂଜା ପାଇବେ ଶ୍ରୀଗଣେଶ । ପ୍ରତି ମଣ୍ଡପରେ ପ୍ରତିଯୋଗୀତାମୂଳକ ଭାବେ ଚାଲିଛି ସାଜସଜ୍ଜା । ସହରର ବିଭିନ୍ନ ମଣ୍ଡପରେ ୫ରୁ ୭ଦିନ ଯାଏଁ ପୂଜା ହେବ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଧୂମଧାମରେ ଭସାଣ ଉତ୍ସବ ପାଇଁ ଆୟୋଜନ କରିଛନ୍ତି ପୂଜା ମଣ୍ଡପ ।

ସେହିପରି ଗଣପର୍ବ ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ଶିଳ୍ପ ନଗରୀ ତାଳଚେର । ସହରରେ ଛାଇ ଯାଇଛି ବଡ ବଡ ପେଣ୍ଡାଲ ସାଙ୍ଗକୁ ଗଜାନନଙ୍କ ବିଶାଳ ମୂର୍ତ୍ତି । ସେପଟେ ଗଣେଶ ମେଳା ପାଇଁ ଦେବଗଡରେ ହୋଇଛି ବ୍ୟାପକ ବ୍ୟବସ୍ଥା । ଆଜି ରାତିରେ ଅଧିବାସ ପରେ ୩୧ରୁ ୮ ଯାଏଁ ପୂଜା ଏବଂ ୯ ତାରିଖରେ ବିସର୍ଜନ ହେବ । ଏଥର ପୂଜା ପାଇଁ ୩୦ ଲକ୍ଷ ବଜେଟ୍ ରଖାଯାଇଛି । ପ୍ରତ୍ୟୋକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ମୀନା ବଜାର ଏବଂ ଅପେରାର ମଜା ମଧ୍ୟ ଉଠାଇବେ ଦର୍ଶକ ।

ସେହିପରି ଚଳିତ ବର୍ଷ ଭଦ୍ରକରେ ମଧ୍ୟ ପୂଜା ପାଇବେ ବୁଢା ଗଣେଶ । ଦୀର୍ଘ ୭୦୦ ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି ଭଦ୍ରକ । ପ୍ରତ୍ୟେକ ବର୍ଷ ବାବାଙ୍କ ମୂର୍ତ୍ତି ସମାନ ଭାବେ ତିଆରି ହୁଏ । ବିଶ୍ୱାସ ରହିଛି, ବାବାଙ୍କ ପାଖରେ ଭକ୍ତ ଯାହା ମାନସିକ କରନ୍ତି, ତାହା ସେମାନଙ୍କୁ ନିଶ୍ଚୟ ମିଳେ । ଆଉ ଚାନ୍ଦିମେଢ ଦେଖିବାକୁ ତ ଭକ୍ତଙ୍କ ପ୍ରବଳ ଗହଳି ହୁଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ ସ୍ଥାନରେ ଆପଣମାନେ ଦେଖିଥିବେ ଗଣେଶଙ୍କ ମୂର୍ତ୍ତି ୪ ରୁ ୫ ଦିନ ରହିବା ପରେ ବିସର୍ଜନ ହୁଏ । ହେଲେ ଏଠାରେ ପୂରା ୩୦ ଦିନ ପୂଜା ପାଆନ୍ତି ପ୍ରଭୁ ଗଣେଶ । ଆଉ ଗଣପତିଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଛୁଟି ଆସନ୍ତି ଯେ, ତାହାର ହିସାବ ବି ନାହିଁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+