ଆସୁଛନ୍ତି ମା' ଚଳଚଞ୍ଚଳ ରାଜଧାନୀ

ଆସୁଛନ୍ତି ମା' ଚଳଚଞ୍ଚଳ ରାଜଧାନୀ,ଏଥର ଜମିବ ଦୁର୍ଗାପୂଜା,ଧରାପୃଷ୍ଠରେ ଅବତରଣ କରିବେ ମା'ଯେଉଁଥି ପାଇଁ ଏବେ ଚଳଚଞ୍ଚଳ ହୋଇପଡିଛି ଗାଁ ଠୁ ସହର

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଦୁର୍ଗତ ନାଶିନୀଙ୍କ ପୂଜା । ଧରାପୃଷ୍ଠରେ ଅବତରଣ କରିବେ ମା' ଯେଉଁଥି ପାଇଁ ଏବେ ଚଳଚଞ୍ଚଳ ହୋଇପଡିଛି ଗାଁ ଠୁ ସହର । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଫିକା ପଡିଥିଲା ମା'ଙ୍କ ପୂଜା । ହେଲେ ଏଥର ବେଶ୍ ଜାକଜମକରେ ପାଳନ ହେବ ଦୁର୍ଗାପୂଜା । ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ଜନ୍ମାଷ୍ଟମୀ ଦିନଠୁ ମାଟି ଅନୁକୂଳ ହୋଇସାରିଛି । ପାର୍ବଣ ଋତୁ ପାଇଁ ଚଳଚଞ୍ଚଳ ହୋଇପଡିଛି ରଜଧାନୀ । ଭୁବନେଶ୍ୱରରେ ୧୭୮ଟି ପୂଜା ମଣ୍ତପରେ ମା'ପୂଜା ପାଇବେ ।

DURGA PUJA 2022

ସହିଦନଗର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଚାନ୍ଦିମେଢ ଦେଖିବା ପାଇଁ ଭକ୍ତଙ୍କର ଭିଡ ଜମିଥାଏ । ଚିଳିତ ବର୍ଷ ଚାନ୍ଦିମେଢ,ମା'ଙ୍କ ସୁନା ମୁକୁଟ ସହ ପାର୍ଶ୍ୱ ଦେବାଦେବୀଙ୍କ ଲାଗି ମଧ୍ୟ ସୁନା ଅଳଙ୍କାରର ବ୍ୟବସ୍ଥା କରାଯିବ । ଏଥର ମଧ୍ୟ ୫ଦିନ ଧରି ମା'ମଣ୍ତପରେ ପୂଜା ପାଇବେ ଏହା ସହ ପ୍ରତ୍ୟକ ଦିନ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହେବ । କରୋନା ମାହାମାରୀ ପାଇଁ ଦୁଇ ବର୍ଷ ହେବ ରାବାଣପୋଡ଼ି ବନ୍ଦ ରହିଥିଲା ହେଲେ ଏଥର ରାବଣପୋଡ଼ି ହେବ ବୋଲି ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଏଥର କଲିକତା ପ୍ରସିଦ୍ଧ କାରିଗରମାନେ ତୋରଣ ନିର୍ମାଣ କରୁଛନ୍ତି ।

dusshara 2022

ସେହିପରି ନୟାପଲ୍ଲୀ ଦୁର୍ଗା ପୂଜାର ଚଳିତବର୍ଷ ପୂଜା ତୋରଣର ଥିମ୍ ରହିଛି 'ମାତୃଭକ୍ତି'। ତୋରଣରେ ସନ୍ତାନ ପ୍ରତି ମା'ର ସ୍ନେହ ଓ ମା'ପ୍ରତି ସନ୍ତାନର ଭକ୍ତିଭାବକୁ ଚିତ୍ରଣ କରାଯିବ। ନିର୍ଦ୍ଧାରିତ ସମୟ ପୂର୍ବରୁ ତୋରଣ ତିଆରି କାର୍ଯ୍ୟ ଶେଷ କରିବା ପାଇଁ କାରିଗର ମାନେ ଲକ୍ଷ୍ୟ ରଖିଛନ୍ତି । ଚଳିତ ବର୍ଷ ନୟାପଲ୍ଲୀରେ ୩୫ତମ ଦୁର୍ଗା ପୂଜା ଅନୁଷ୍ଠିତ ହେବା ପାଇଁ ଯାଉଛି ।

ବରମୁଣ୍ତାକରେ ନିର୍ମାଣ ହେବ ୮୦ ଫୁଟ୍ ଉଚ୍ଚର ତୋରଣ:
ଚଳିତବର୍ଷ ବରମୁଣ୍ତାରେ ରାଜସ୍ଥାନର ଦ୍ବିତୀୟ ବୃହତମ ସହର ଯୋଧପୁରରେ ଥିବା ଯୋଧପୁର ପ୍ୟାଲେସ ଦେଖିବାକୁ ମିଳିବ। ପ୍ରାୟ ୧୨୦ ଫୁଟ୍ ଓସାର ଓ ୮୦ ଫୁଟ୍ ଉଚ୍ଚତା ବିଶିଷ୍ଟ ତୋରଣ ପ୍ରସ୍ତୁତ କରାଯିବା ଯେଉଁଥି ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବରମୁଣ୍ତା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିଶାଳ ତୋରଣ ତିଆରି କରିବା ପାଇଁ ପଶ୍ଚିମବଙ୍ଗ ମେଦିନିପୁରର ୪୦ କାରିଗର ଦିନ ରାତି ପରିଶ୍ରମ କରୁଛନ୍ତି । ତେବେ ଦୁଇ ବର୍ଷ ବିନା ଭକ୍ତରେ ପୂଜା ପାଉଥିଲେ ମା ହେଲେ ଏଥର ଟିଭି ପରଦାରେ ନୁହେଁ ବରଂ ମଣ୍ତପରେ ସିଧାସଳଖ ମା'ଙ୍କ ଦର୍ଶକ କରିପାରିବେ ଭକ୍ତ । ଯେଉଁଥି ପାଇଁ ଏଥର ବରମୁଣ୍ତା ପୂଜା କମିଟି ପକ୍ଷରୁ ୫ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯିବ । ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯିବା । ଚଳିତ ବର୍ଷ ୨୩ରେ ପଦାର୍ପଣ କରିବ ବରମୁଣ୍ତା ଦୁର୍ଗାପୂଜା । ତେବେ ଆସନ୍ତା ଅକ୍ଟୋବର ୧ରୁ ପୂଜା ଆରମ୍ଭ ୩ ତାରିଖରେ ମହାଦୁର୍ଗାଷ୍ଟମୀ ଓ ମା'ଙ୍କ ଦଶଭୂଜାଙ୍କ ପୂଜା ବିଧି ଆରମ୍ଭ ହେବ ପବିତ୍ର ଷଷ୍ଠି ତିଥିରୁ । ୬ ତାରିଖରେ ଭଷାଣୀ ଶୋଭାଯାତ୍ରା କରାଯିବ।

dushhhera 2022
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+