କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ୧୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ଆରାମଦାୟକ ବସ୍ରେ ବସି ଭକ୍ତମାନେ ଉତ୍ତରପ୍ରଦେଶର ମହାକୁମ୍ଭ ମେଳାକୁ ଯାଇପାରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ହାଇଏଣ୍ଡ ପ୍ରିମିୟମ୍ ବସ୍ ସେବାକୁ ଆସନ୍ତା ୧୨ ତାରିଖରେ ଉଦ୍ଘାଟନ କରିବେ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

ପୁରୀରୁ ବସି ବାହାରି ଭୁବନେଶ୍ୱର, ବାରିପଦା, ରାଞ୍ଚି, ଜାମସେଦପୁର, ଔରଙ୍ଗାବାଦ୍, ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ । ସମ୍ବଲପୁରରୁ ବାହାରିବାକୁ ଥିବା ବସ୍ଟି ରାଉରକେଲା, ରାଞ୍ଚି, ଔରଙ୍ଗାବାଦ, ବାରାଣାସୀ, ପ୍ରୟାଗରାଜରୁ ଅଯୋଧ୍ୟାକୁ ଯିବ । ଭବାଣୀପାଟଣାରୁ ନୂଆପଡ଼ା-ବିଳାସପୁର ରୁଟ୍ ଦେଇ ଅମ୍ବିକାପୁର, ବାରାଣସୀ, ପ୍ରୟାଗରାଜରୁ ଅଯୋଧ୍ୟାକୁ ବସ୍ ଯିବ । ବ୍ରହ୍ମପୁରରୁ ଫୁଲବାଣୀ ଝାରସୁଗୁଡ଼ା, ଅମ୍ବିକାପୁର ରୁଟ୍ ଦେଇ ଅଯୋଧ୍ୟାକୁ ବସ୍ ଗଡିବ । ଓଏସ୍ଆର୍ଟିସି ପକ୍ଷରୁ ଏହି ବସ୍ ସେବା ମାର୍ଗ ବିବରଣୀ ଦିଆଯାଇଛି ।

premium bus to be at Kumbh Mela

ଜାନୁଆରୀ ୧୨, ୧୩, ୧୮, ୨୦, ୨୪, ୨୭, ୩୦ ଓ ଫେବ୍ରୁଆରୀ ୨, ୫, ୯, ୧୧, ୧୬, ୧୭, ୨୪, ୨୫ ତାରିଖରେ ୪ଟି ନିର୍ଦ୍ଧାରିତ ସହରରୁ ବସ୍ କୁମ୍ଭମେଳା ଅଭିମୁଖେ ବାହାରିବ । ଯାତ୍ରୀମାନେ www.osrtc.org ୱେବ୍ସାଇଟ୍ କିମ୍ବା ଓଏସ୍ଆର୍ଟିସି ଆପ୍ ଜରିଆରେ ଟିକେଟ୍ ବୁକିଂ କରି ପାରିବେ । ନଚେତ୍ ଏସବୁ ବସଷ୍ଟାଣ୍ଡରେ ଥିବା ଓଏସ୍ଆର୍ଟିସିର ଟିକେଟ୍ କାଉଣ୍ଟରରେ ମଧ୍ୟ ଟିକେଟ୍ କରିହେବ । ଯାତ୍ରୀଙ୍କ ସହାୟତା ପାଇଁ ୨୪ଘଣ୍ଟିଆ ହେଲ୍ପଲାଇନ୍ ନଂ ୧୮୦୦-୩୪୫- ୧୧୨୨ ଓ ଏକ ହ୍ୱାଟସ୍ଆପ୍ ନଂ ୭୮୪୯୦୦୫୨୨୦୫ ଜାରି କରାଯାଇଛି । ମହିଳା ତୀର୍ଥଯାତ୍ରୀଙ୍କ ପାଇଁ ଟିକେଟ୍ ଦର ୫୦% କମ ରହିବ ବୋଲି ଓଏସ୍ଆର୍ଟିସି ସୂଚାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+