ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରେମ୍ ପଟ୍ଟନାୟକ

ନବୀନ ନିବାସରେ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରେମ୍ ପଟ୍ଟନାୟକ। ବୁଧବାର ରାତିରେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି ନବୀନ ।

ନବୀନ ନିବାସରେ ପ୍ରେମ ପଟ୍ଟନାୟକ । ଭୁବନେଶ୍ବରରେ ପହଞ୍ଚିଲେ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସିଛନ୍ତି ପ୍ରେମ ପଟ୍ଟନାୟକ। ଡିହାଇଡ୍ରେସନ କାରଣରୁ ରବିରାର ସଂଧ୍ୟା ପ୍ରାୟ ୫ଟା ୧୫ରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରାୟ ୭୭ ଘଣ୍ଟା ପରେ ସୁସ୍ଥ ହୋଇ ନବୀନ ନିବାସ ଫେରିଛନ୍ତି । ଶରୀରରେ ଜଳୀୟ ଅଂଶ କମିଯିବାରୁ ନବୀନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ତାଙ୍କ ଅସୁସ୍ଥତା ଖବର ପାଇ ବହୁ ରାଜନୈତିକ ନେତା ଓ ରାଜ୍ୟବାସୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

Prem Patnaik in Bhubaneswar

ପ୍ରକାଶଯୋଗ୍ୟ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗତ ଜୁଲାଇ ମାସରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ଏକ ସଫଳ ଅସ୍ତ୍ରୋପଚାର କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+