Get Updates
Get notified of breaking news, exclusive insights, and must-see stories!

ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା: ପରକୀୟା ପ୍ରୀତି ପାଇଁ ସ୍ତ୍ରୀର ହତ୍ୟା

Crime News: ସୁନ୍ଦରଗଡ଼ ଟିକାୟତପାଲିରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ହେଲା ସ୍ୱାମୀ । ନିଜେ ଗୁଳି କରି ହତ୍ୟା କରିବା ପରେ ସ୍ୱାମୀ ରଚିଥିଲା ନାଟକ । ପରିବାର ଅଭିଯୋଗ କରିଥିଲା ଯେ, କିଛି ଦୃବୁତ୍ତ ଲୁଟ୍ କରିବାକୁ ଆସି ଗୁଳି କରି ହତ୍ୟା କରିଥିଲେ ବୋହୂର । ହେଲେ ପରକୀୟା ପ୍ରୀତି ପାଇଁ ସ୍ୱାମୀ କରିଥିଲା ମର୍ଡର ପ୍ଲାନ୍ । ବର୍ତ୍ତମାନ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ପରେ ତଦନ୍ତ ଜାରି ରହିଛି ପୋଲିସ।

ସୂଚନା ଅନୁସାରେ, ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମୃତ ମହିଳା ଜଣକ ୩୦ ବର୍ଷିୟ ସୀମାମୟୀ ବେହେରା । ସେ ୭ ମାସର ଗର୍ଭବତୀ ଥିଲେ । ମୃତ ମହିଳାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ଯେ, ରାତି ପ୍ରାୟ ୧୨ ଟା ୫୦ ସମୟରେ କିଛି ଲୁଟେରା ଘରର କବାଟ ବାଡେଇ ଥିଲେ । ସୀମା କବାଟ ଖୋଲିବା ପରେ ଲୁଟେରା ସୀମା ପିନ୍ଧିଥିବା ସୁନା ଚେନ୍ ଟାଣି ନେଇଥିଲେ ଏବଂ ସୀମା ଚିତ୍କାର କରିବାରୁ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ । ହେଲେ ପୋଲିସର ଯାଞ୍ଚ ପରେ ସଇତାନ ସ୍ୱାମୀର ଷଡଯନ୍ତ୍ର ବିଷୟରେ ଜଣାପଡିଛି ।

Crime News

ଗୁରୁବାର ବିଳମ୍ବ ରାତିରେ ଶବ ବ୍ୟବଚ୍ଛେଦ ପରେ ଝିର୍ଡାପାଲି ଗାଁରେ ପହଞ୍ଚିଥିଲା ସୀମାମୟୀ ବେହେରାଙ୍କ ମୃତ ଦେହ । ମୃତ ମହିଳାଙ୍କ ସ୍ୱାମୀ ଦେବେନ, ଶାଶୂ ଓ ମାଉସୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+