ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କଲେ ଲଟେରା
Pregnant Woman Shot Dead: ଗର୍ଭବତୀଙ୍କୁ ଗୁଳି କରି ହତ୍ୟା । ଟିକାୟତପାଲି ଥାନା ଝିର୍ଡାପାଲିରେ ଏପରି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍ କରିବା ପାଇଁ ଆସିଥିବା ବେଳେ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି ।ମୃତ ମହିଳା ଜଣକ ହେଲେ ୩୦ ବର୍ଷିୟ ସୀମାମୟୀ ବେହେରା । ସେ ୭ ମାସର ଗର୍ଭବତୀ ଥିଲେ । ମୃତ ମହିଳାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ଯେ, ଗକକାଲି ରାତି ପ୍ରାୟ ୧୨ ଟା ୫୦ ସମୟରେ କିଛି ଲୁଟେରା ଘରର କବାଟ ବାଡେଇ ଥିଲେ ।

ମୃତ ମହିଳାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ଯେ, ଗକକାଲି ରାତି ପ୍ରାୟ ୧୨ ଟା ୫୦ ସମୟରେ କିଛି ଲୁଟେରା ଘରର କବାଟ ବାଡେଇ ଥିଲେ । ଯାହା ପରେ ସୀମା କବାଟ ଖୋଲିଥିଲେ । ଯାହା ପରେ ଲୁଟେରା ସାମୀ ପିନ୍ଧିଥିବା ସୁନା ଚେନ୍ ଟାଣି ନେଇଥିଲେ ।ଯାହା ପରେ ସୀମା ଚିତ୍କାର କରିବା ଆରମ୍ଭ କରିଥିଲେ । ଯାହା ପରେ ଲୁଟେରା ତାଙ୍କ ଉପରେ ଗୁଳି ମାଡ଼ କରିଥିଲେ ଏବଂ ଲୁଟେରା ସେଠାରୁ ପଳାଇଥିଲେ ।
ପରେ ସୀମାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ନିଆଯାଇଥିଲା ହେଲେ ଡାକ୍ତରଖାନା ଯିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ତେବେ ଗୁଳିକାଣ୍ତ ପଛରେ କେବଳ ଲୁଟ୍ ଉଦ୍ଦେଶ୍ୟ ରହିଛି ନା ଆଉ କିଛି ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଛି ।












Click it and Unblock the Notifications