ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସତର୍କତା
Odisha Flood 2022:Precaution After Flood Situationବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସତର୍କତା
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢିବା କାରଣରୁ ଏବେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି । ପାଣି ଘେରରେ ଶତାଧିକ ଗ୍ରାମବାସୀ । ଦୁର୍ଦ୍ଦଶା କମିବାର ନାଁ ଧରୁନି । ଏବେ ମଧ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ଅଧିକାଂଶ ଘର ପାଣି ଘେରରେ ରହିଛି ବନ୍ୟା ବିପନ୍ନଙ୍କ ପାଇଁ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି ସ୍ୱାସ୍ଥ୍ୟ ।
ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସତର୍କତା
-ନଈ,ନାଳ,ଝରଣା,ପୋଖରୀ ,ଗାଡିଆ ,ଚୂଆ ଆଦିର ଦୂଷିତ ପାଣ ପିଅନ୍ତୁ ନାହିଁ । ବନ୍ୟା ଜଳରେ ବୁଡିଯାଇଥିବା ନଳକୂଅ କିମ୍ଭା ବନ୍ୟାଜଳ ପଶିଥିବା ବିଶୋଧନ ନ ହେବା ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ । ବିଶୋଧିତ ପାଇପ୍ ପାଣି କିମ୍ବା ୧ ଲିଟର ପରିଷ୍କାର ପାଣିରେ ଗୋଟିଏ ହାଲାଜୋନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଅନ୍ତୁ । ବିଶୋଧିତ ପାଣିକୁ ଖାଦ୍ୟରେ ବ୍ୟବହାର କରନ୍ତୁ ।

ବାସି,ପଚାଷଢା ଖାଦ୍ୟ ଖାଆନ୍ତୁ ନାହିଁ । ଖାଦ୍ୟ ଖାଇବା ପୂର୍ବରୁ ,ଖାଦ୍ୟ ପରିଷିବା ପୂର୍ବରୁ ଏବଂ ଶୌଚ ପରେ ହାତକୁ ଭଲ କରି ସାବୁନରେ ଧୁଅନ୍ତୁ । ତରଳ ଝାଡା ହେଲେ ଓ.ଆର୍.ଏସ୍ ପିଅନ୍ତୁ । ଛୋଟ ପିଲାଙ୍କୁ ତରଳ ଝାଡା ହେଲେ ଆବଶ୍ୟକ ପରିମାଣରେ ଓ.ଆର୍.ଏସ୍ ଓ ଜିଙ୍କ ବଟିକା ଦିଅନ୍ତୁ । ବାହାରେ ଜମି ରହିଥିବା ପାଣି ବ୍ୟବହାର କରନ୍ତୁ ନାହିଁ । କେବଳ ବିଶୋଧିତ ନଳକୂପ , କୂପ , ପାଣିର ବ୍ୟବହାର କରନ୍ତୁ । ତଳରଝାଡା ,ଜ୍ୱର ,ପରିସ୍ରା ,କିମ୍ବା ଆଖି ହଳଦିଆ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ୟାସ୍ଥ୍ୟକେନ୍ଦ୍ର ସହ ପରାମର୍ଶ କରନ୍ତୁ । ସେହିପରି ବନ୍ୟା ପରବର୍ତ୍ତୀ ସମୟରେ କୋଭିଡ୍ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମ ପାଳନ କରନ୍ତୁ ।

ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ସାପର ଭୟ ବଢିଯାଇଛି । ଗାତରେ ପାଣି ପଶିଯିବା କାରଣରୁ ବାହାରକୁ ବାହାରିଆସନ୍ତି ସାପ । ସେହିପରି ପାଣି ସ୍ରୋତରେ ମଧ୍ୟ ଭାସିଆସୁଛନ୍ତି ବିଷାକ୍ତ ସାପ । ସାପକାମୁଡା ରୋଗୀକୁ ତୁରନ୍ତ ଡାକ୍ତରଖାନାକୁ ନେଇ ଚିକି୍ତ୍ସା କରାନ୍ତୁ । ଏହା ସହ କିଛି ଘରୋଇ ଉପଚାର ମଧ୍ୟ ଆପଣ କରିପାରିବେ ।

-ସାପ କାମୁଡିବା ପରେ ସାଙ୍ଗେ ସାଙ୍ଗେ ରୋଗୀକୁ ୧୦୦ଗ୍ରାମ ଘିଅ ଖୁଆଇ ବାନ୍ତି କରାଇଦିଅନ୍ତୁ । ଏହାପରେ ୧୦-୧୫ଥର ଗରମ ପାଣି ପିଆଇ ବାନ୍ତି କରାନ୍ତୁ । ଯାହା ଫଳରେ ବିଷର ପ୍ରଭାବ ଟିକେ କମ ହୋଇଯାଇଥାଏ ।
-ସେହିପରି ହଳଦୀରେ ଆଂଟିବାୟୋଟିକର ପରିମାଣ ଅଧିକ ରହିଥାଏ । ତେଣୁ ହଳଦୀରେ କିଛି ତେଲ ମିଶାଇ ଘା'ଉପରେ ଲଗାଇ ସେଥିରେ କପଡା ବାନ୍ଧି ରଖନ୍ତୁ । ଏହାଦ୍ୱାରା ରକ୍ତକଣିକାରେ ସାପର ବିଷ ମିଶିବ ନାହିଁ । ଏହା ସହ ତୁରନ୍ତୁ ରୋଗୀକୁ ଡାକ୍ତରଖାନାକୁ ନେଇ ଚିକି୍ତ୍ସା କରାନ୍ତୁ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications