ବୃଦ୍ଧି ହେଲା ପ୍ରାକ୍‌ ମାଟ୍ରିକ ଛାତ୍ରବୃତ୍ତି, ଜାଣନ୍ତୁ କେତେ ବଢିଲା ?

ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ଉନ୍ନତି ପାଇଁ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରାକ୍‌-ମାଟ୍ରିକ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି ।

ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ରାଜ୍ୟରେ ଖାଦ୍ୟ ସାମଗ୍ରୀ ଏବଂ ଦୈନିକ ବ୍ୟବହାର କରାଯାଇଥିବା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧିକୁୁ ଲକ୍ଷ୍ୟକରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ, ଛାତ୍ରମାନଙ୍କ ପାଇଁ ଏହି ରାଶି ୧୦,୫୦୦ରୁ ୧୬ହଜାରକୁ ବୃଦ୍ଧି କରାଯାଇଥିବାବେଳେ ଛାତ୍ରୀମାନଙ୍କ କ୍ଷେତ୍ରରେ ୧୧ହଜାରରୁ ୧୭,୦୦୦ ଟଙ୍କା(ସର୍ବାଧିକ ୧୦ ମାସ ପାଇଁ) ବୃଦ୍ଧି କରାଯାଇଛି। ଏହି ଛାତ୍ରବୃତ୍ତି ଶିଶୁବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତେବାସୀ ଛାତ୍ରୀଛାତ୍ରମାନଙ୍କୁ ମିଳିବ ।

ମାତ୍ର ଅନ୍ବେଷା ଛାତ୍ରାବାସରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ପ୍ରାକ୍‌- ମାଟ୍ରିକ ଛାତ୍ରବୃତ୍ତି ବାବଦକୁ ବାର୍ଷିକ ୧୧,୦୦୦ ଟଙ୍କା ପରିବର୍ତ୍ତେ ୧୭,୦୦୦ ଟଙ୍କା ପାଇବେ । ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ଅନ୍ତେବାସୀ ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଦାନ କରାଯାଇଥିବା ମେସ୍‌ ପରିଚାଳନା ଖର୍ଚ୍ଚ ଯଥା ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାରକୁ ମଧ୍ୟ ବୃଦ୍ଧି କରାଯାଇଛି ।

Pre-matric scholarship increased

ଏହି ଯୋଜନା ମାଧ୍ୟମରେ ପ୍ରତି ଛାତ୍ର ବାର୍ଷିକ ୧୧ହଜାରରୁ ୧୬,୦୦୦ ଟଙ୍କା ପାଇବାକୁ ରହିଥିବାବେଳେ ଛାତ୍ରୀମାନେ ୧୭,୦୦୦ ଟଙ୍କା ବାର୍ଷିକ(୧୦ମାସ ପାଇଁ) ପାଇବେ । ଏହି ଛାତ୍ରବୃତ୍ତି ସଂଶୋଧନ ଦ୍ବାରା ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରୀଛାତ୍ରମାନେ ଉନ୍ନତମାନର ଓ ପୁଷ୍ଟିକର ଖାଦ୍ୟ ପାଇପାରିବେ। ଏହି ବର୍ଦ୍ଧିତ ଛାତ୍ରବୃତ୍ତି ୨୦୨୫-୨୬ ଶିକ୍ଷାବର୍ଷର ଡିସେମ୍ବର ମାସ ପହିଲାଠାରୁ ଲାଗୁ କରାଯିବ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି ।

ରାଜ୍ୟରେ ବେଆଇନ ଖଣିଜ ଖନନ ଓ ଚୋରା ଚାଲାଣ ରୋକିବା ସହ ଏହାର ସଂରକ୍ଷଣ, ବ୍ୟବସାୟ ଓ ପରିବହନକୁ ନିୟନ୍ତ୍ରଣ କରିବା ପାଇଁ ସରକାର 'ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ନିୟମାବଳୀ, ୨୦୨୫ ପ୍ରଣୟନ କରିବେ। ପୂର୍ବରୁ ଥିବା ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ,୨୦୦୭କୁ ଉଚ୍ଛେଦ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଜି କ୍ୟାବିନେଟ୍‌ରେ ପାରିତ ହୋଇଛି । ୨୦୦୭ ନିୟମାବଳୀ ତୁଳନାରେ ନୂଆ ନିୟମାବଳୀ ଅଧିକ ପ୍ରଭାବଶାଳୀ ହେବ । 'ବିକଶିତ ଓଡ଼ିଶା'ର ବୃହତ୍‌ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟବସାୟକୁ ସୁଗମ କରିବା ନିମନ୍ତେ ଖଣି ଲିଜ୍‌ଧାରୀଙ୍କୁ ଏକ ବାଧାମୁକ୍ତ ପରିବେଶ ଯୋଗାଇବାକୁ ଯୋଜନା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ବୃଦ୍ଧି ପାଉଥିବା ନେଇ ରାଜ୍ୟର ବିଭିନ୍ନ ଆଡ଼ୁ ଗଦାଗଦା ଅଭିଯୋଗ ଆସୁଛି। ନିକଟରେ ହୋଇଥିବା ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀରେ ନିଜେ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଙ୍ଗରେ ପାଦେ ଆଗକୁ ଯାଇ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ଲଘୁ ଖଣିଜ ଲିଜ୍ ଆବଣ୍ଟନ ପାଇଁ ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରାଯିବ। ଏଥି ପାଇଁ 'ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ (ଓଏମ୍ଏମ୍‌ସି ରୁଲ୍)'ରେ ସଂଶୋଧନ ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+