Pravati Parida: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ମାଆଙ୍କ ଦେହାନ୍ତ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ। ୮୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଲୋଭାବତୀ ପରିଡ଼ା। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ପୈତୃକ ଗାଁ ନିଭରଣରେ ପହଞ୍ଚିଲେ ପ୍ରଭାତୀ ପରିଡ଼ା।
ସୂଚନାନୁଯାୟୀ, ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ରହୁଥିଲେ ଲୋଭାବତୀ ପରିଡ଼ା। ବୟସାଧିକ କାରଣରୁ ୮୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ।
ସେ ଜଣେ ଧର୍ମପରାୟଣ ମହିଳା ଥିଲେ। ତାଙ୍କ ପରଲୋକରେ ନିଆଳି ଓ ନିମାପଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ । ତେବେ ମୃତ୍ୟୁର ଖବର ପାଇ ଉପମୁଖ୍ୟମନ୍ତ୍ରୀ ପରିଡା ଗାଁ ନିଭରଣ ପହଞ୍ଚିଛନ୍ତି। ମାଆଙ୍କ ଶେଷ ଦର୍ଶନ ଲାଗି ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେପଟେ ମୃତ୍ୟୁର ଖବର ଶୁଣି ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା। ଅନ୍ତିମ ଦର୍ଶନ ପାଇଁ ଗାଁ ଲୋକଙ୍କ ଭିଡ ଲାଗୁଥିବା ବେଳେ ଧୀରେ ଧୀରେ ପରିବାର ସମସ୍ତ ସଦସ୍ୟ ଘରେ ପହଞ୍ଚୁଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ମାଆଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ଏକ ଶୋକବାର୍ତ୍ତାରେ କହିଛନ୍ତି, "ଜୀବନରେ ମାଆଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର ଓ ଅତୁଳନୀୟ। ମାଆଙ୍କ ସ୍ଥାନ କେହି କେବେ ନେଇପାରିବେ ନାହିଁ। ମୋର ବନ୍ଧୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ତାଙ୍କ ମାଆ ଲୋଭାବତୀଙ୍କୁ ହରାଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏଭଳି ଦୁଃଖଦ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କୁ ଓ ତାଙ୍କ ପରିବାରକୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ। ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।












Click it and Unblock the Notifications