ପ୍ରବାସୀ ଭାରତୀୟ ଦିବସ; ୨୧ଟି ପ୍ରଦର୍ଶନୀ ସ୍ଥଳି ବୁଲିବେ, କଳା, ସଂସ୍କୃତି, ପର୍ଯ୍ୟଟନ ବିଷୟରେ ଜାଣିବେ
ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ନେଇ ମିଳିତ ପ୍ରେସମିଟ୍ । ରାଜ୍ୟ ସରକାର ଓ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସମିଟ୍। କେତୋଟି ସେସନ ରହିବ, କଣ କାର୍ଯ୍ୟକ୍ରମ ରହିବ ସେନେଇ ସୂଚନା ଦେଇଛନ୍ତି।
୨୧ଟି ପ୍ରଦର୍ଶନୀ ସ୍ଥଳି ବୁଲାଇବା ଯୋଜନା କହିଲେ ମୁଖ୍ୟ ସଚିବ।କଳା, ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ର ଆଦି ବିଷୟରେ ଅବଗତ କରିବୁ ।
ଡବଲ ଡେକର ବସ୍ରେ ପ୍ରବାସୀଙ୍କୁ ବୁଲାଇବା ବ୍ୟବସ୍ଥା ରହିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଥିବାରୁ ଅନେକ ଆଶା ରହିଛି ।

ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଉଛି। ଦୁବାଇ, କତାର, ଓମାନ ଭଳି ଜାଗାରୁ ଆସିଥିବା ପ୍ରବାସୀମାନେ ହାତରେ ପଦ୍ମଫୁଲ ନେଇ ପହଞ୍ଚିଛନ୍ତି। ସେମାନେ ପ୍ରତିକ୍ରିୟା ଦେଇ କହିଛନ୍ତି ନିଜ ମାଟିରେ ପହଞ୍ଚି ଖୁସି ଲାଗୁଛି । ଏହା ସହ କଳାହାଣ୍ଡିର ଘୁମୁରା ଓ ଅନ୍ୟାନ୍ୟ ଲୋକ ବାଦ୍ୟର ତାଳେ ତାଳେ ଝୁମିଛନ୍ତି। ।
ଆସନ୍ତାକାଲି (ଜାନୁଆରୀ ୮) ସନ୍ଧ୍ୟା ୭.୫୦ ମିନିଟରୁ ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ହସ୍ପିଟାଲ୍ ଛକ, ଏ.ଜି. ଛକ ଦେଇ ରାଜଭବନ ପର୍ଯ୍ୟନ୍ତ କୌଣସି ଯାନ ଯାତାୟାତ କରିବ ନାହିଁ।
ଜାନୁଆରୀ ୯ ତାରିଖ ଗୁରୁବାର ଦିନ ସକାଳ ୯.୩୦ମିନିଟରୁ ୧୦ ଘଟିକା ପର୍ଯ୍ୟନ୍ତ ରାଜଭବନ ଛକ - ପାୱାର ହାଉସ ଛକ - ୧୨୦ ବି.ଏନ୍. ଛକ - ଶାସ୍ତ୍ରୀ ନଗର ଛକ - ବେହେରା ସାହି ଛକ - ଜୟଦେବ ବିହାର ଛକ - ଜାଭିୟର ଛକ-ନାଲକୋ ଛକ ପର୍ଯ୍ୟନ୍ତ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସକାଳ ୧୧.୨୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାଲକୋ ଛକ - ଜାଭିୟର ଛକ - ଜୟଦେବ ବିହାର ଛକ - ବେହେରା ସାହି ଛକ - ଶାସ୍ତ୍ରୀ ନଗର ଛକ - ୧୨୦ ବି.ଏନ୍. ଛକ - ପାୱାର ହାଉସ ଛକ - ରାଜଭବନ ଛକ - ବାମ ମୋଡ଼ - ଏ.ଜି. ଛକ - ଡାହାଣ ମୋଡ଼ - ହସ୍ପିଟାଲ୍ ଛକ - ଏୟାରପୋର୍ଟ ଛକରେ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା ବେଳେ ଅପରାହ୍ନ ୪.୨୦ମିନିଟରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ - ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼ - ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ।












Click it and Unblock the Notifications