ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା କଡାକଡି: ସରିଲା ମକଡ୍ରିଲ, ଜଗିବେ ୯୦ ପ୍ଲାଟୁନ ଫୋର୍ସ

ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏଥିରେ ସାମିଲ ହେବାକୁ ଯାଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି । ଆଜି ସୁରକ୍ଷା ବ୍ୟବସ୍ଥାକୁ ନେଇ ମକଡ୍ରିଲ କରିଛି କମିଶନରେଟ ପୋଲିସ ।

ଜାନୁଆରୀ 8 ତାରିଖରୁ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଭୁବନେଶ୍ୱରକୁ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ରହୁଥିବା ଭାରତୀୟମାନଙ୍କ ସୁଅ ଛୁଟିବ । ତେବେ ଏନେଇ ରାଜଧାନୀରେ ଚାଲିଛି ବଡଧରଣର ସୁରକ୍ଷା ପ୍ରସ୍ତୁତି।

ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ, ଜନତା ମଇଦାନରେ ପହଞ୍ଚି ଟିମ ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ତଦାରଖ କରିଥିଲେ । ଅତିଥି ଓ ଭିଭିଆଇପିମାନଙ୍କର ପ୍ରବେଶ ପଥ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କରାଯାଇଥିବା ଷ୍ଟେଜ, ଖାଇବା ପିଇବା ସ୍ଥାନଗୁଡିକର ମଧ୍ୟ ଯାଞ୍ଚ କରିଥିଲେ ।

prabasi bharatiya diwas

ଆଣ୍ଟି କମ୍ବାଟ ଅପରେସନ

ପ୍ରବାସୀ ଭାରତୀୟ ଦିବସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କୀ ହମଲା କିମ୍ବା ସେଭଳି କିଛି ଘଟଣା ଘଟିଲେ ଏହାର ମୁକାବିଲା କରିବା ପାଇଁ ଆଣ୍ଟି କମ୍ବାଟ ଅପରେସନ କରାଯାଇଛି । ଜନତା ମଇଦାନର ଚତୁଃପାର୍ଶ୍ୱରେ ସେଭଳି କିଛି ଆତଙ୍କୀ କାର୍ଯ୍ୟକଳାପ ଘଟିଲେ ତାର କିଭଳି ମୁକାବିଲା କରିହେବ କିମ୍ବା କିଭଳି ରୋକାଯିବ ତାହାର ଆଜି ମକଡ୍ରିଲ କରାଯାଇଛି ।

ଟେରୋରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ବମ୍ ସ୍କ୍ୱାର୍ଡ, ଡଗ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ କିଭଳି କାର୍ଯ୍ୟ କରିବେ ସେନେଇ ରିହରସଲ କରାଯାଇଛି । ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ ।

ସୁରକ୍ଷା ବ୍ୟବସ୍ଥା କଡାକଡି

ଏୟାରପୋର୍ଟ, ରାଜଭବନ, ଜନତା ମଇଦାନ, ତାରକା ହୋଟେଲ ସମେତ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳଗୁଡିକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ହୋଟେଲ ଗୁଡିକରେ ହେଭିଓ୍ବେଟମାନଙ୍କର ରହଣି ନିମନ୍ତେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ପୋଲିସର କାଉଣ୍ଟର ଟେରରିଷ୍ଟ ସ୍କ୍ୱାର୍ଡ, ସ୍ପେଶାଲ ଟାକ୍ଟିକାଲ ୟୁନିଟ୍, ବମ୍ ସ୍କ୍ୱାର୍ଡ, ଡଗ ସ୍କ୍ୱାର୍ଡ ମିଳିତ ଭାବେ ଆଣ୍ଟି କମ୍ବାଟ ଅପରେସନର ମକଡ୍ରିଲ କରିଛନ୍ତି ।

ପ୍ରବାସୀମାନଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିବାଠୁ ନେଇ ସେମାନଙ୍କ ଫେରିବା ପର୍ଯ୍ୟନ୍ତ ସେମାନଙ୍କ ସହ ଜଣେ ଲେଖାଏଁ ଅଫିସର ନିୟୋଜିତ ରହିବେ । ଏନେଇ ୫୦୦ ଅଫିସରଙ୍କ ମଧ୍ୟରୁ ୧୪୦ଜଣଙ୍କୁ ଲିଏଜନ ଅଫିସର ଭାବେ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରେ ଓଏଏସ, ଓଏଫଏସ ରାଙ୍କର ଅଫିସର ରହିଛନ୍ତି । ଅନେକ ନବନିଯୁକ୍ତ ଅଫିସର ମଧ୍ୟ ରହିଛନ୍ତି ।

ଜଗିବେ ୯୦ପ୍ଲାଟୁନ

ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ ୯୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜ୍ୟ ପୋଲିସର ୬୦ ପ୍ଲାଟୁନ ସମେତ ସେଣ୍ଟ୍ରାଲ ଫୋର୍ସର ୩୦ପ୍ଲାଟୁନ ଫୋର୍ସ ବ୍ୟବସ୍ଥା କରାଯାଇଛି । ଏନେଇ ଟ୍ରାଫିକ ଠାରୁ ଆରମ୍ଭ କରି ପୋଲିସ ମୁତୟନ ପର୍ଯ୍ୟନ୍ତ ସମସ୍ତ ଡ୍ୟୁଟିରେ ରହିବାକୁ ଥିବା ଅଫିସର ଓ ପୋଲିସ କର୍ମଚାରୀମାନେ କଣ କଣ ପଦକ୍ଷେପ ନେବେ ସେନେଇ ଆଲୋଚନା କରିଛନ୍ତି ପୋଲିସ କମିଶନର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+