Pravasi Bharatiya Divas: ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ; ମୁଁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି
ଉଦଘାଟିତ ହୋଇଛି ପ୍ରବାସୀ ଭାରତୀୟ ଦିବସ ୨୦୨୫। ସମ୍ମିଳନୀର ଦ୍ବିତୀୟ ଦିନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଛନ୍ତି । ରାଜଭବନରୁ ବାହାରି ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ପହଞ୍ଚିଥିଲେ। ସକାଳ ୧୦ରୁ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ସକାଳ ୧୦ଟାରୁ ସାଢେ ୧୧ଟା ଯାଏ ମୋଦି ଜନତା ମୈଦାନରେ ଥିଲେ । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ।
ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ। ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ବାଗତ । କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ । ସବୁଠି ଉତ୍ସବର ବାତାବରଣ । ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ ।ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ଆୟୋଜନ ହୁଏ।
ଧଉଳି ଶାନ୍ତିର ପ୍ରତୀକ। ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି । ଆପଣଙ୍କ ପାଇଁ ବିଦେଶରେ ମୁଁ ଗର୍ବ ଅନୁଭବ କରେ । ଭାରତୀୟ ଯେଉଁଠି ଯାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିଥିଲେ। ୭୦ରୁ ଅଧିକ ଦେଶରୁ ଆସିଛନ୍ତି ମୂଳ ଭାରତୀୟ ନାଗରିକ। ପ୍ରବାସୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମୈଦାନ। ରାଜ୍ୟର ୭ଟି ସ୍ଥାନ ବୁଲିବେ ପ୍ରବାସୀ। ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ।
ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ସହ ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କରିବେ। ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହ। ଏଥିରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆଜି ଅପରାହ୍ମରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି












Click it and Unblock the Notifications