ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ ;ବିଜେଡି-କଂଗ୍ରେସ ସବୁବେଳେ ଭିତିରିଆ ସଲାସୁତୁରା
ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ । ବିଜେଡି ଓ କଂଗ୍ରେସ ମିଶିବା ପ୍ରସଙ୍ଗରେ କହିଲେ, ସେମାନେ ସବୁବେଳେ ଭିତିରିଆ ସଲାସୁତୁରାରେ ଥିଲେ । ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି । ସେମାନେ ବାରମ୍ବାର ପରାସ୍ତ ହେଉଛନ୍ତି । ଜନତା ତାଙ୍କ ଠାରୁ ଦୂରେଇ ଯାଉଛନ୍ତି । ସେଥିପାଇଁ ଭୟଭୀତ ହୋଇ ମେଣ୍ଟ କରିଛନ୍ତି । ଏ ମେଣ୍ଟ ଦ୍ଵାରା ସେମାନଙ୍କର କ୍ଷତି ହେବ । ଉଭୟ ଦଳର ଭିନ୍ନ ଆଦର୍ଶ, ଭିନ୍ନ ବିଚାରଧାରା, ଭିନ୍ନ କାର୍ଯ୍ୟଶୈଳୀ । ଆଗକୁ ସେମାନଙ୍କ ଭିତରେ ଭୟଙ୍କର ସଂଘର୍ଷ ହେବ । ଇଣ୍ଡି ମେଣ୍ଟର ଅବସ୍ଥା ଭାରତରେ ଆମେ ଦେଖୁଛୁ ।

ନବୀନଙ୍କ ସମଦୂରତା ନୀତି କୁଆଡ଼େ ଗଲା ପ୍ରଶ୍ନରେ କହିଲେ, ଏହା ତାଙ୍କର ସାମୟିକ ଚାଲ । ନବୀନ ବାବୁଙ୍କର କୌଣସି ଶାଶ୍ଵତ ନୀତି ନାହିଁ । ସୁରକ୍ଷା ଓ ଆତ୍ମରକ୍ଷା ପାଇଁ କେତେବେଳେ କିଛି ବି କରିପାରନ୍ତି । ବିଜେପି ଘୋଡ଼ା ବେପାରରେ ବିଚଳିତ ନୁହେଁ । ଦଳ ନିଜ ଶକ୍ତିରେ ଲଢିବ । ଯଦି ଅନ୍ୟ କିଏ ସହଯୋଗ କରନ୍ତି ତାହେଲେ ଭଲ ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।
ଏ ଖବର ବି ପଢ଼ନ୍ତୁ:- ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି, ସ୍ଥିତି ଉପରେ ନଜର ରଖିଛି ଶ୍ରମ ବିଭାଗ
ରାଜ୍ୟସଭା ରାଜନୀତି ନେଇ ରାଜ୍ୟ ଉଠୁଛି ପଡୁଛି । ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ଟଣାଓଟରା । ବୟାନବାଜି ବି ଜବରଦସ୍ତ । ଚାଲିଛି ଆରୋପ ପ୍ରତ୍ୟାରୋପର ଲଢେଇ । ଏସବୁ ଭିତରେ ରାଜ୍ୟସଭାର ୪ଟି ଆସନ ହାତେଇବା ପାଇଁ ସବୁ ଦଳର ଭିନ୍ନ ଭିନ୍ନ ରଣନୀତି । କିଛି ଦିନ ତଳେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ସେଟ୍ ନେଇଥିବା ବେଳେ ସୋମବାର ଦିନ ବିଜେପି ୧୬ ସେଟ୍ର ଫର୍ମ ନେଇଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଜେ ଯାଇ ନିର୍ବାଚନ କମିଶନଙ୍କ ଅଫିସରୁ ଫର୍ମ ଆଣିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ଦଳର ବରିଷ୍ଠ ନେତା ସାମିଲ ଥିଲେ ।
ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଯାଏଁ ବୈଠକ ସଂପର୍କରେ କୌଣସି ସବିଶେଷ ତଥ୍ୟ ଜଣାପଡିନାହିଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଚାଲିଛି । ବୈଠକ ଶେଷ ପରେ ଦଳୀୟ ନେତା ପୁର ତଥ୍ୟ ଦେବେ ବୋଲି ଆଶା କରାଯାଉଛି ।
-
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି -
ରାଜ୍ୟସଭା ନିର୍ବାଚନ; ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି, ଜାଣନ୍ତୁ ଓଡ଼ିଶା ପାଇଁ କାହାକୁ ମିଳିଲା ଦାୟିତ୍ୱ -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମୁହାମୁହିଁ ହେବେ ଶାସକ- ବିରୋଧୀ, ଆଜିଠୁ ପୁଣି କମ୍ପିବ ବିଧାନସଭା -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଭକ୍ତଙ୍କୁ ଏବେ ନବୀନ ଭୂତ ଲାଗିଛି, ୧୬ ସେ ଭୂତ ଛାଡ଼ିଯିବ ; ବାବୁ ସିଂ -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ଯଥେଷ୍ଟ ତେଲ ଅଛି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର -
କାହିଁକି ଏହି ଦୁଇ ଦେବତା ଶନିଦେବ ଏବଂ ଯମମହାରାଜ କଳା ପୋଷାକ ପିନ୍ଧନ୍ତି, ଏହି ରଙ୍ଗର କ'ଣ ମହତ୍ତ୍ୱ ଅଛି ?











Click it and Unblock the Notifications