Get Updates
Get notified of breaking news, exclusive insights, and must-see stories!

ସଂସ୍କୃତରେ ଶପଥ ନେଲେ ପ୍ରତାପ, ସାନ୍ତାଳୀ ଭାଷାରେ ଶପଥ ନେଲେ ନବଚରଣ ମାଝୀ

ସାଂସଦ ଭାବେ ଲୋକସଭାରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଓଡିଆ ସାଂସଦ । ଓଡିଶାର ସାଂସଦମାନେ ଆଜି ସଂସଦରେ ଶପଥ ଗ୍ରହଣ କରିଛନ୍ତି । ଗତକାଲି କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ଲୋକସଭାରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ । ଏହାପରେ ଆଜି ଦ୍ୱିତୀୟ ଦିନରେ ବାକି ଥିବା ଓଡିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି ।

Pratap sarangi

ତେବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ପାଠ କରିଥିବାବେଳେ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିଥିଲେ । ସେହିପରି ସାଂସଦ ମାଳବିକା ଦେବୀ ଏବଂ ପ୍ରଦୀପ ପାଣିଗ୍ରାହୀ ଇଂରାଜୀରେ ଶପଥ ପାଠ କରିଥିବାବେଳେ, ବାକି ସାଂସଦମାନେ ଓଡିଆରେ ଶପଥ ଗ୍ରହଣ କରିଥିଲେ । ତେବେ ଶପଥ ଗ୍ରହଣ ସମୟରେ ସାଂସଦମାନେ ଜୟ ଜଗନ୍ନାଥ କହି ଶପଥ ଗ୍ରହଣ କରୁଥିବା ଦେଖିବାକୁ ମିଳୁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+