ପଦରେ ବିଜେଡି କଳିି , ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ ନବୀନଙ୍କୁ ଚିଠି କଲେ ପ୍ରତାପ ଜେନା

ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ । ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିବାଦ । ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା । ସେ କହିଛନ୍ତି, ସସ୍ମିତଙ୍କ ଏକ୍ସ ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ । ଷଡଯନ୍ତ୍ର ପଛରେ କିଏ, ଅନୁଧ୍ୟାନ କରିବାର ଅବଶ୍ୟକ ରହିଛି ।

pratap jena

କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି କହିଛନ୍ତି, ମୁସଲମାନ ଭାଇମାନଙ୍କ ପାଇଁ ଆମର ଜଥେଷ୍ଟ ସମ୍ମାନ ରହିଛି । ଆମେ ସବୁବେଳେ ତାଙ୍କ ସ୍ୱାର୍ଥ ପାଇଁ ଲଢିଆସିଛୁ । ୱାକଫ୍ ବିଲ୍ ଆସିବା ପୂର୍ବରୁ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ଥିଲା । ଆମେ ଏହି ବିଲ୍ ବିରୋଧରେ ଯାଇ ଆମେ ପଦକ୍ଷେପ ନେବୁ । କିନ୍ତୁ ହଠାତ୍ ସସ୍ମିତ ପାତ୍ରଙ୍କ ଟ୍ୱିଟ୍ ସନ୍ଦେହ ସୃଷ୍ଟି କରିଛି । ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏହାର ଅନୁଧ୍ୟାନ କରିବାକୁ ଅନୁରୋଧ କରାଯାଇଛି । କିଏ ଏହି ଷଡଯନ୍ତ୍ର କରିଛି, ଏହା ପଛରେ କିଏ ଅଛି, ତାକୁ ନେଇ ତର୍ଜମା କରିବାକୁ ଅନୁରୋଧ କରାଯାଇଛି । ସସ୍ମିତ ବାବୁଙ୍କ ଟ୍ୱିଟ୍ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ବିଲ୍ ବିରୋଧରେ ଯାଇ ସେ ଭୋଟ ଦେଇଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଜେନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+