ଶେଷଯାତ୍ରାରେ ବାହାରିଲା ପ୍ରଶାନ୍ତ ଶତପଥୀଙ୍କ ମରଶରୀର

ଶେଷଯାତ୍ରାରେ ବାହାରିଲା ପ୍ରଶାନ୍ତ ଶତପଥୀଙ୍କ ମରଶରୀର। ଜନ୍ମମାଟି ବାଲେଶ୍ବର ଇସାଣୀରେ ଶେଷଯାତ୍ରାରେ ପ୍ରଶାନ୍ତ । ଶେଷଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ । ଅନ୍ତିମ ଯାତ୍ରାରେ ସାମିଲ ହେଲେ ହଜାର ହଜାର ଲୋକ।

ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଗାଁ ସମେତ ସମଗ୍ର ଜିଲାରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀ (୪୧)ଙ୍କ ମୃତ୍ୟୁକୁ ନେଇ ସବୁଠି ଗୋଟିଏ ଚର୍ଚ୍ଚା। ପରିବାର ଲୋକେ ଭୋକ ଉପାସରେ। କାନ୍ଦି କାନ୍ଦି ବୃଦ୍ଧା ମା' ଏବେ ଶଯ୍ୟାଶାୟୀ। ଭାଇ, ଭାଉଜ, ଭଉଣୀ, ଭିଣୋଇ, ସାଙ୍ଗସାଥୀ, ବନ୍ଧୁବାନ୍ଧବ, ପଡ଼ୋଶୀ ଓ ଗ୍ରାମବାସୀଙ୍କ ଆଖିରେ ନିଦ ନାହଁି। ସମସ୍ତେ କହୁଛନ୍ତି ସତରେ କ'ଣ ଆମ ପ୍ରଶାନ୍ତ ଆଉ ନାହଁି। ଗାଁରେ ନିର୍ମାଣ ହେଉଥିବା ଏକ ଶିବ ମନ୍ଦିର ପାଇଁ କଶ୍ମୀରରୁ ଫେରିଲେ ସେ ଏକ ଶିବ ଲିଙ୍ଗ ଦେବେ ବୋଲି କହିଥିବା ପଡ଼ୋଶୀମାନେ କୋହଭରା କଣ୍ଠରେ କହିଛନ୍ତି।

Prashant Satapathi

ଇଶାଣୀ ଗ୍ରାମର ପ୍ରଶାନ୍ତ ଶତପଥୀ ବାଲେଶ୍ୱର ସିପେଟ୍‌ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୯ ତାରିଖରେ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ତନୁଜଙ୍କୁ ନେଇ ଜମ୍ମୁକଶ୍ମୀର ବୁଲିବା ପାଇଁ ଯାଇଥିଲେ। ସେଠାରେ ପହଞ୍ଚତ୍ ପହଲଗାମ୍‌ର ବୈସାରନ ଭ୍ୟାଲିରେ ରହିଥିଲେ। ମଙ୍ଗଳବାର ସେଠାରେ ପୁଅ ଓ ସ୍ତ୍ରୀଙ୍କ ସହିତ ପ୍ରଶାନ୍ତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ପୁଅ ଓ ସ୍ତ୍ରୀଙ୍କ ସାମ୍ନାରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+