ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, କଟକ ବଡ ମେଡିକାଲରେ ଭର୍ତ୍ତି

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ । ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗଦ୍ଦେବଙ୍କୁ ଏସସିବିର ମେଡିସିନ୍ ୱାର୍ଡରେ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି। ଜଗଦ୍ଦେବଙ୍କର ରକ୍ତଚାପ ବଢ଼ିଯାଇଥିବା ବେଳେ ସୁଗାର ଲେବୁଲ ଅଧିକା ରହିଛି।

Prashant Jagaddev

ଗତକାଲି ରାତିରେ ଖୋର୍ଦ୍ଧା ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ ତାଙ୍କ ଓକିଲ ଅସୁସ୍ଥ ଥିବା ନେଇ କୋର୍ଟରେ ଅପିଲ କରିଥିଲେ। ଏହାସହ ଜଗଦ୍ଦେବଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଉ ବୋଲି ଆବେଦନ କରିଥିଲେ। କୋର୍ଟ ଅବେଦନକୁ ଗ୍ରହଣ କରି ମେଡିକାଲରେ ଚିକିତ୍ସା ପାଇଁ ଅନୁମତି ଦେଇଥିଲେ। ଆଜି ଭୋର ୪ଟା ସମୟରେ ଜଗଦ୍ଦେବଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+