Get Updates
Get notified of breaking news, exclusive insights, and must-see stories!

ପ୍ରସନ୍ନ ଆଚାର୍ଯ୍ୟ ଓ ଜୟନାରାୟଣ ମିଶ୍ର ମୁହାଁମୁହିଁ, ଜୟ କହିଲେ ୨୪ ବର୍ଷରେ ସମାଧାନ କଲେ ନାହିଁ, ଏବେ ଆମକୁ ପରାମର୍ଶ ଦେଉଛନ୍ତି

ମହାନଦୀ ଜଳ ବିବାଦକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ଓ ଜୟ ନାରାୟଣ ମିଶ୍ର ମୁହାଁମୁହିଁ । ମହାନଦୀ କମିଟି ସଦସ୍ୟ ଜୟ ନାରାୟଣ ମିଶ୍ର କହିଛନ୍ତି, ଆସନ୍ତା ୨୨ତାରିଖରେ ବସିବ ମହାନଦୀ ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ। ମହାନଦୀ ଜଳ ବିବାଦର ସୃଷ୍ଟି କର୍ତ୍ତା ହେଉଛି ସେତେବେଳର ସରକାର । ତେଣୁ ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏ ଉପଦେଶ ଦେଇଥିଲେ ଭଲ ହୋଇଥାନ୍ତା । ମହାନଦୀ ପାଇଁ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଆସନ୍ତା ୨୨ତାରିଖରେ ବସିବ । ସେହିଠାରେ ରାଜ୍ୟ ତରଫରୁ କ'ଣ କ'ଣ ପଦକ୍ଷେପ ନିଆଯିବ ସେନେଇ ବିଶେଷ ଆଲୋଚନା ହେବ ।

Prasanna Acharya and Jayanarayan Mishra

ମହାନଦୀ ବିବାଦର ସମାଧାନ ପାଇଁ ବିଜେଡି ୨୪ବର୍ଷ ଭିତରେ କିଛି କଲେ ନାହିଁ । ମହାନଦୀରେ ଯେତେ ପାଣି ଆସୁଛି ସବୁ ସମୁଦ୍ରକୁ ଚାଲିଯାଉଛି । ୩ଟି ଡ୍ୟାମ୍ ମଧ୍ୟ କରି ପାରିଲେ ନାହିଁ । ମୁଁ ତ କହିବି ସରକାର ଏକ ଏକ୍ସପର୍ଟ କମିଟି ଗଠନ କରନ୍ତୁ । ତାହା ଅନୁସାରେ କାମ ହେବା ଉଚିତ । ଏହାସହ ଆମ ସରକାର ପାରୁ ପର୍ଯ୍ୟନ୍ତ ଏ ବିବାଦର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଏହାକୁ ନେଇ ବିଜେଡି କେବେ ସନ୍ତୁଷ୍ଟ ନୁହେଁ । ଏହା ତାଙ୍କ ଚରିତ୍ର, ତାଙ୍କ ସରକାର ସମୟରେ ଅନେକ କମିଟି ଗଠନ କଲେ । ହେଲେ ଗୋଟିଏ ମଧ୍ୟ ବୈଠକ ବସିଲା ନାହିଁ । ମହାନଦୀର ଜଳକୁ କିପରି ଉପଯୋଗ କରାଯାଇ ପାରିବ ସରକାର ତା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ଜୟ ନାରାୟଣ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+