ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍ ମାପଚୁପ
ଜମି ଜବର ଦଖଲ ଅଭିଯୋଗ ପରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଡ଼ୁଆ ବଢ଼ିଛି। ପୁର୍ବରୁ ନୋଟିସ୍ ପରେ ଏବେ ସେହି ପନ୍ତୁରି ଫାର୍ମ ହାଉସ ଜମିର ମାପଚୁପ ଆରମ୍ଭ ହୋଇଛି। ଧର୍ମଶାଳା ତହସିଲ ପକ୍ଷରୁ ତିନି ଜଣ ରାଜସ୍ଵ ନୀରିକ୍ଷକ ଓ ବ୍ୟକ୍ତିଗତ ଅମିନ ଆଜି ପନ୍ତୁରି ଫାର୍ମ ହାଉସର ମାପଚୁପ କାମରେ ନିୟୋଜିତ ହୋଇଛନ୍ତି । ପୁର୍ବରୁ ଏହି ଜମିର କିଛି ଅଂଶ ସରକାରୀ ଜମି ଜବର ଦଖଲ ହୋଇଥିବାବେଳେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କୁ ନୋଟିସ ହୋଇଥିଲା। ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିର୍ମାଣ କରାଯାଇଛି। ଫାର୍ମ ହାଉସ ଜମି ଭିତରେ ସରକାରୀ ଜମି ଥିବା ଅଭିଯୋଗ ହେବାପରେ ଧର୍ମଶାଳା ତହସିଲ ପକ୍ଷରୁ ତଦନ୍ତ କରାଯାଇ ତାଙ୍କୁ ଏକ ନୋଟିସ କରାଯାଇଥିଲା ।

ସେ ତହସିଲରେ ହାଜର ହୋଇ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେଥିନେଇ ନିଜ ପକ୍ଷ ରଖିବାକୁ ତହସିଲଦାର ସମୀର ରଞ୍ଜନ ଦାସ କେସ ଏକ ନୋଟିସ ପ୍ରଦାନ କରିଥିଲେ। ଏହାର କିଛିଦିନ ପରେ ନିଜ ଫାର୍ମହାଉସ୍ ରେ ଥିବା ଘର ର ଛାତ ଖୋଲି ନେଇଯାଇଥିବା ଦେଖିବାକୁ ମିଳିଥିଲା । ଫାର୍ମ ହାଉସ୍ ରେ ଥିବା ଛେଳିଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା। ଯଦି ଫାର୍ମ ହାଉସ ନିଜ ଜମିରେ କରିଛନ୍ତି ତେବେ ରାତି ଅଧିଆ ଫାର୍ମ ହାଉସ ଘରର ଛପର ନିଜେ ଭାଙ୍ଗି କାହିଁକି ନେଇଗଲେ ବୋଲି ଚର୍ଚ୍ଚା ଜୋର ଧରିଥିଲେ। ଆଜି ଧର୍ମଶାଳା ତହସିଲ ପକ୍ଷରୁ ସମ୍ପୃକ୍ତ ଜମିର ମାପଚୁପ ଆରମ୍ଭ ହୋଇଛି। ଯଦି ସରକାରୀ ଜମି ବାହାରେ ତେବେ ପାଚେରୀ ଭାଙ୍ଗିବା ସହ ତାଙ୍କ ବିରୁଦ୍ଧରେ ମାମଲା ଚାଲିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ମାପ କେତେ ଦିନ ଧରି ଚାଲିବ ତାହା ଜଣାପଡିନାହିଁ।












Click it and Unblock the Notifications