ପ୍ରକୃତ ପ୍ରେମର ନିଚ୍ଛକ ଉଦାହରଣ, ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶାର ଛପାକ୍ ଗାର୍ଲ ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ।
ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶାର ଛପାକ୍ ଗାର୍ଲ ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ। ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲା ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ।

ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ଏହି ନିଆରା ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୨୦୦୯ ମସିହାରେ ର୍ତିତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ।
୨୦୦୯ରୁ ୧୪ ପର୍ଯ୍ୟନ୍ତ କଟକ ବଡ଼ ମେଡିକାଲରେ କୋମାରେ ରହିବା ପରେ ଧୀରେଧୀରେ ସୁସ୍ଥ ହୋଇଥିଲେ ପ୍ରମୋଦିନୀ। ପ୍ରମୋଦିନୀଙ୍କ ଏହି ଜୀବନ ସଂଘର୍ଷରେ ତାଙ୍କୁ ସାଥ ଦେଇଥିଲେ ସରୋଜ। ଆଉ ଆଜି ସେହି ସରୋଜଙ୍କୁ ଜୀବନ ସାଥୀ କରିଛନ୍ତି ପ୍ରମୋଦିନୀ।












Click it and Unblock the Notifications