ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ, ଆଜି ବାଚସ୍ପତି ପଦବୀ ପାଇଁ ନାମାଙ୍କନ ଭରିବେ ପ୍ରମିଳା
ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ । ଆଜି ବାଚସ୍ପତି ପଦବୀ ପାଇଁ ନାମାଙ୍କନ ଭରିବେ ପ୍ରମିଳା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ବାଚସ୍ପତି ପଦ ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କନ ଭରିବେ ପ୍ରମିଳା ।
କିଛି ସମୟରେ ନାମାଙ୍କନ ଭରିବେ ପ୍ରମିଳା ମଲ୍ଲିକ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରମିଳା । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା ।
ଲୋକସଭାରେ ଗତକାଲି ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରିଛି ବିଜେଡି । ଆସନ୍ତାକାଲି ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ପ୍ରମିଳା ମଲ୍ଲିକଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି । ଆଉ ଏପରି ହେଲେ ପ୍ରମିଳା ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ।
ପୂର୍ବରୁ ବାଚସ୍ପତି ପଦରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣିଥରେ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ୍ କରିଥିଲେ ନବୀନ । ପରେ ବାଚସ୍ପତି ପଦ ଫାଙ୍କା ପଡିଥିଲା । ଆଉ ଶେଷରେ ପ୍ରମିଳାଙ୍କ ନାଁ ଗତକାଲି ବିଜେଡି ଘୋଷଣା କରିଥିଲା ।

ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରମିଳା । ୨୦୧୪ ରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ପରେ ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ନାରାୟଣଙ୍କ ଇସ୍ତଫା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇଥିଲେ । ହେଲେ ମଇ ମାସରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ।
ବିଞ୍ଝାରପୁର ଆସନରୁ ୧୯୯୦ରୁ ଏଯାବତ୍ ୬ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ପ୍ରମିଳା । ପ୍ରଥମ ଥର ଜନତା ଦଳ ଟିକଟରେ ସେ ଜିତିଥିଲେ । ୨୦୦୦ରୁ ସେ ବିଜେଡି ଟିକଟରେ ଜିତି ଆସୁଛନ୍ତି । ସେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ସେ ନିନ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ପାଇବେ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications