ପ୍ରମିଳା ମଲ୍ଲିକଙ୍କ ଭାଇ ବଡ଼ ଧରଣରୁ ଚଢ଼ଉ: ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣରୁ ଚଢ଼ଉ କରାଯାଇଛି । ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ କରାଯାଇଛି । ପ୍ରମିଳାଙ୍କ ଭାଇ କ୍ଷିରୋଦ ମଲ୍ଲିକଙ୍କ ଘରେ ଇଡ଼ି ରେଡ୍ । ବିଶ୍ବ NGOର ଫାଉଣ୍ଡର ହେଉଛନ୍ତି ପ୍ରମିଳାଙ୍କ ଭାଇ । ଏକାଧିକ ବ୍ୟାଙ୍କରୁ ଟଙ୍କା ନେଇଥିଲେ କ୍ଷିରୋଦ । ଏବେ ବିରୋଧୀ ଦଳ ମୁଖ୍ୟ ସଚେତକ ଅଛନ୍ତି ପ୍ରମିଳା ମଲ୍ଲିକ ।
ବିଶ୍ୱ ଏନଜିଓର ଫାଉଣ୍ଡର ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ। ତାଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରଯାଇଛି। କ୍ଷୀରୋଦ ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ଘର ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଦିଲ୍ଲୀରେ ମଧ୍ୟ ଚଢ଼ାଉ କରାଯାଇଛି।

Bharat integrated social welfare agency ବିରୋଧରେ ରହିଛି ୨୩୧ କୋଟି ଟଙ୍କା ଠକେଇ। ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ କ୍ଷୀରୋଦ। ଇଡି ଚଢ଼ାଉ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।












Click it and Unblock the Notifications