ଇତିହାସ ରଚିଲେ ପ୍ରମିଳା: ଓଡ଼ିଶା ବିଧାନସଭାକୁ ପ୍ରଥମ ମହିଳା ବାଚସ୍ପତି ଭାବେ ହେଲେ ନିର୍ବାଚିତ
ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ । ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ପ୍ରମିଳା ମଲ୍ଲିକ । ଏହା ପରେ ତାଙ୍କୁ ସବୁଆଡୁ ପ୍ରଶଂସା ମିଳିଛି । ସ୍ବାଧିନତା ପରେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା । ସ୍ବାଧିନତା ପୂର୍ବରୁ ସରଳା ଦେବୀ କିଛି ଦିନ ଓଡ଼ିଶାର ବାଚସ୍ପତି ହୋଇଥିଲେ ।
ବିଞ୍ଝାରପୁର ଆସନରୁ ୧୯୯୦ରୁ ଏଯାବତ୍ ୬ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ପ୍ରମିଳା । ପ୍ରଥମ ଥର ଜନତା ଦଳ ଟିକଟରେ ସେ ଜିତିଥିଲେ । ୨୦୦୦ରୁ ସେ ବିଜେଡି ଟିକଟରେ ଜିତି ଆସୁଛନ୍ତି । ସେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ସେ ନିନ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ପାଇଛନ୍ତି ।

ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରମିଳା । ୨୦୧୪ ରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ପରେ ୨୦୨୨ ଜୁନ୍ ମାସରେ ସୂର୍ଯ୍ୟ ନାରାୟଣଙ୍କ ଇସ୍ତଫା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହୋଇଥିଲେ । ହେଲେ ମଇ ମାସରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ।
ପାର୍ଥିପତ୍ର ଦାଖଲ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରମିଳା ମଲ୍ଲିକ । ପ୍ରମିଳା ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ ପ୍ରମିଳା । ତେବେ ପ୍ରଥମେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ନାମାଙ୍କନ ଭାରିଥିଲେ ।












Click it and Unblock the Notifications