ପଦ୍ମ ଧରିଲେ ଭେଟେରାନ୍ ନେତା ପ୍ରଫୁଲ୍ଲଙ୍କ ଦୁଇ ପୁଅ
ବିଜେଡିର ଅନ୍ୟତମ ଗଡ଼ କୁହାଯାଉଥିବା ଭଦ୍ରକରେ ରାଜନୈତିକ ବାତାବରଣ ଅସ୍ଥିର ହୋଇଯାଇଛି। ଦେଢ଼ ବର୍ଷ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜେଡି ଯେଉଁ ସ୍ଥିତିରେ ଥିଲା, ଏବେ ଆଉ ତାହା ହୋଇ ରହିନାହିଁ। ୭ଟି ବ୍ଲକ୍କୁ ନେଇ ଗଠିତ ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ଟାଣୁଆ ନେତା ଏବେ ବିଜେପି ଶିବିରରେ ସାମିଲ ହୋଇସାରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଏବଂ ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଛନ୍ତି।

ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ, ଭଣ୍ଡାରିପୋଖରୀର ସୁମତି ସେଠୀ ଏବଂ ଭଦ୍ରକର ଉର୍ମିଲା ନାୟକ , ୭ ସମିତି ସଭ୍ୟଙ୍କ ସମେତ ୧୫ରୁ ଅଧିକ ସରପଞ୍ଚ ଓ ନାଏବ ସରପଞ୍ଚ ମଧ୍ୟ ବିଜେପିରୁ ମିଶିଛନ୍ତି। ଭଦ୍ରକ ବିଧାୟକ ସିତାଂଶୁ ମହାପାତ୍ର ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡିର ୫୦ରୁ ଅଧିକ କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି।












Click it and Unblock the Notifications