ଇଡି ଚଢାଉ ପରେ ମୁହଁ ଖୋଲିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ
ଇଡି ଚଢାଉ ପରେ ମୁହଁ ଖୋଲିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ରାଜନୈତିକ ଆକ୍ରୋଶ ଚଢାଉ କରାଯାଇଥିବା ସେ କହିଛନ୍ତି । ସେ କହିଛନ୍ତି, ମୁଁ କୌଣସି ଚୋରି କରିନାହିଁ । ଗତ ୧୫ ବର୍ଷ ହେଲା ଇଞ୍ଜିନିୟରିଂ କଲେଜ ସହ ତାଙ୍କର କୌଣସି ପ୍ରକାର ସଂପର୍କ ନଥିବା କହିଛନ୍ତି ପ୍ରଫୁଲ୍ଲ । ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ'ଣ ବୋଲି କହିଛନ୍ତି ପ୍ରଫୁଲ୍ଲ ।
ପ୍ରଫୁଲ୍ଲ ସାମଲଙ୍କ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶ ରଖି ଇଡି ଚଢାଉ କରିଛି ।" ଗତକାଲି(ଗୁରବାର) ଭଦ୍ରକର ୪ଟି ସ୍ଥାନ ସମେତ ଭୁବନେଶ୍ବରରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ ୧୫ ଘଣ୍ଟା ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନୂଆ ବଜାରସ୍ଥିତ ବାସ ଭବନରୁ ବାହାରିଥିଲେ ଇଡି ଅଧିକାରୀ ।

କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଛନ୍ତି ।
ଷଡଯନ୍ତ୍ର କରି ଘରେ ଇଡି ଚଢ଼ାଉ କରାଯାଇଛି ବୋଲି କହିଛନ୍ତି ପ୍ରଫୁଲ୍ଲ । ଇଡିରେ ଥିବା ରାଜ୍ୟ ଅଧିକାରୀ ତପନ ବାବୁ ଆସିଥିଲେ ଏବଂ ତାଙ୍କର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋତେ ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ କିଛି ପ୍ରଶ୍ନ ପଚାରିଲେ । ଯାହାର ଉତ୍ତର ମଧ୍ଯ ମୁଁ ଦେଇଥିଲି । ଇଡି ଅଧିକାରୀମାନେ କୌଣସି ପ୍ରକାର ଅସୁବିଧା ମୋ ସହିତ କରିନଥିଲେ ବୋଲି ସେ କହିଛନ୍ତି ।
ତେବେ ଇଡ଼ି ରେଡକୁ ନେଇ ତେଜିଛି ରାଜନୀତି । ବିଜେଡି କହିଛି, ଆଗକୁ ନିର୍ବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଜାଣିଶୁଣି ଏପରି କରାଯାଉଛି । ସେହିପରି କଂଗ୍ରେସ କହିଛି ବିଜେଡିର ଅସନ୍ତୁଷ୍ଟଙ୍କୁ ଭୟଭୀତ ପାଇଁ ଇଡିର ଏହି ଚଢାଉ ହୋଇଛି । ବିଜେପି କାଉଣ୍ଟର କରି କହିଛି, ଅନେକ ଦିନରୁ ଏହି ଦୁର୍ନୀତି ଅଭିଯୋଗ ଉଠିଥିଲା। ଆଉ ଶେଷରେ ଚଢ଼ାଉ ହୋଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications