୮ ଘଣ୍ଟା ପରେ ଇଡି ଅଫିସ୍ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ; କହିଲେ ସବୁ ତଥ୍ୟ ଇଡି ଆଗରେ ରଖିଛି
୮ ଘଣ୍ଟା ପରେ ଇଡି ଅଫିସ୍ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ । ଇଡି ଅଫିସ୍ରୁ ବାହାରିବା ପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ରଖିଛନ୍ତି । ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି କହିଲେ ପ୍ରଫୁଲ୍ଲ ।
ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ହାଜର ହୋଇଥିଲେ ପ୍ରଫୁଲ୍ଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଡି । ନୋଟିସ ଅନୁସାରେ ଆଜି ଦିନ ସାଢ଼େ ୧୧ଟାରେ ହାଜର ହୋଇଥିଲେ ପ୍ରଫୁଲ୍ଲ ।
କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା । ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଥିଲା ।

ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଘରୁ ଟଙ୍କା ସହ କାର ଜବତ କରିଥିଲା ଇଡି । ଭୁବନେଶ୍ୱର ସ୍ଥିତ ପଳାଶପଲ୍ଲୀ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଜବତ କରିଛି ଇଡି ।
ଇଡି ଚଢାଉ ପରେ ମୁହଁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ରାଜନୈତିକ ଆକ୍ରୋଶ ଚଢାଉ କରାଯାଉଛି । ସେ କହିଥିଲେ, ମୁଁ କୌଣସି ଚୋରି କରିନାହିଁ । ଗତ ୧୫ ବର୍ଷ ହେଲା ଇଞ୍ଜିନିୟରିଂ କଲେଜ ସହ ତାଙ୍କର କୌଣସି ପ୍ରକାର ସଂପର୍କ ନଥିବା କହିଛନ୍ତି ପ୍ରଫୁଲ୍ଲ । ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ'ଣ ବୋଲି କହିଛନ୍ତି ପ୍ରଫୁଲ୍ଲ ।
ତେବେ ଇଡ଼ି ରେଡକୁ ନେଇ ତେଜିଛି ରାଜନୀତି । ବିଜେଡି କହିଛି, ଆଗକୁ ନିର୍ବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଜାଣିଶୁଣି ଏପରି କରାଯାଉଛି । ସେହିପରି କଂଗ୍ରେସ କହିଛି ବିଜେଡିର ଅସନ୍ତୁଷ୍ଟଙ୍କୁ ଭୟଭୀତ ପାଇଁ ଇଡିର ଏହି ଚଢାଉ ହୋଇଛି । ବିଜେପି କାଉଣ୍ଟର କରି କହିଛି, ଅନେକ ଦିନରୁ ଏହି ଦୁର୍ନୀତି ଅଭିଯୋଗ ଉଠିଥିଲା, ଆଉ ଶେଷରେ ଚଢ଼ାଉ ହୋଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications