ପ୍ରଫୁଲ୍ଲ ସାମଲ ହେଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଅଧ୍ୟକ୍ଷ; ଦାୟିତ୍ଵ ଦେଲେ ନବୀନ

ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

Prafulla Samal

୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଫୁଲ୍ଲ ସାମଲ। ୧୯୯୦ ଓ ୧୯୯୫ରେ ସେ ଜନତା ଦଳ ଟିକେଟରେ ଭଦ୍ରକ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୦୧ରେ ଭଦ୍ରକ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡି ଟିକେଟରେ ଛିଡ଼ା ହୋଇ ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡି ଟିକେଟରେ ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୨୪ରେ ପୁଣି ଭଦ୍ରକ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ପ୍ରଫୁଲ୍ଲ ସାମଲ। ତେବେ ସେ ବିଜେପିର ସୀତାଂଶୁ ଶେଖର ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+