ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା: କେଉଁ ଜିଲ୍ଲାରେ ଉପସ୍ଥିତ ରହିବେ କେଉଁ ମନ୍ତ୍ରୀ ?
ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ୧୮ ଜୁନରେ କୃଷକଙ୍କ ଖାତାକୁ ଆସିବାକୁ ଯାଉଛି । ଉତ୍ତରପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବଣ୍ଟନ ଏହି କିସ୍ତି ପ୍ରଦାନ କରାଯିବ । ତେବେ ଏହି ୧୭ତମ କିସ୍ତି ବଣ୍ଟନ ଦିନଟିକୁ 'ପିଏମ୍ କିସାନ ଉତ୍ସବ' ଭାବରେ ଦେଶରେ ପାଳନ କରାଯିବ ।
ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ ହେବ କାର୍ଯ୍ୟକ୍ରମ। ସଂଧ୍ୟା ସାଢ଼େ ୪ରୁ ୭ଟା ଯାଏଁ ଆୟୋଜନ ହେବ କାର୍ଯ୍ୟକ୍ରମ। ବରଗଡ଼ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗଦେବେ । ଅନ୍ୟ ଜିଲ୍ଲାଗୁଡ଼ିକରେ ଅନ୍ୟମନ୍ତ୍ରୀମାନେ ଯୋଗଦେବେ।

ତେବେ ନୋଟିସ ଅନୁଯାୟୀ;
ମୁଖ୍ୟମନ୍ତ୍ରୀ ମୋହନ ମାଝୀ- ବରଗଡ
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ- ବରଗଡ
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା- ପୁରୀ
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ- କଟକ
ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ- କେଭିକେ ନୟାଗଡ
ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ- କେନ୍ଦ୍ରାପଡ଼ା
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର- ଢେଙ୍କାନାଳ
ଆଇନ, ଆଇନ ଓ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ- ଖୋର୍ଦ୍ଧା
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ମନ୍ତ୍ରୀ ମୁକେଶ ମହାଲିଙ୍ଗ- କେଭିକେ, ସିଫା କୌଶ୍ୟଲ୍ୟାଗଙ୍ଗ
ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା- ଗଞ୍ଜାମ
ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର- ଅନୁଗୋଳ
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ- କେଭିକେ ବଡଚଣା
ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ- ଭଦ୍ରକ
ସମବାୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ- ଯାଜପୁର
ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ- କେଭିକେ ଭଞ୍ଜନଗର
ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ- ଜଗତସିଂପୁର
ଉପରୋକ୍ତ ମନ୍ତ୍ରୀମାନଙ୍କୁ ଯଥାକ୍ରମେ ଉପୋରକ୍ତ ସ୍ଥାନ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର, ଗଜପତି, କଳାହାଣ୍ଡି,କନ୍ଧମାଳ, କେଉଁଝର, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ସେଠାକାର ସାଂସଦମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications