Get Updates
Get notified of breaking news, exclusive insights, and must-see stories!

ଶକ୍ତି ପ୍ରଦର୍ଶନ କରି ଗୋଟାଏ ଦିନରେ ନାମାଙ୍କନ ଭରିଲେ ପ୍ରଦୀପ, ସାରଦା, ଜଗନ୍ନାଥ ଓ ରୀତା

ନିର୍ବାଚନ ପାଇଁ ସରଗରମ ହୋଇଛି ରାଜ୍ୟ ରାଜନୀତି ।ଓଡ଼ିଶାରେ ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଏହି କ୍ରମରେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।

nomination

ଏହି ଅବସରରେ ସେ ଦଳୀୟ ସମର୍ଥକଙ୍କ ଗହଣରେ ବରଗଡ଼ ଲୋକମଣ୍ଡପ ପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସରେ ପହଞ୍ଚି ଥିଲେ। ସେଠାରେ ପୁରୋହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ନିଜର ପ୍ରାର୍ଥୀପତ୍ର ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରଦୀପଙ୍କ ସହ ଥିଲେ ବରଗଡ଼ ବିଧାନସଭା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାନସଭା ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ୟ ଓ ଅତାବିରା ବିଧାନସଭା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ। ଏଥିସହ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ମଧ୍ୟ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିରାଟ ଶୋଭାଯାତ୍ରାରେ ଆସି ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ବେଳେ ତାଙ୍କ ସହିତ ବିଜେପିର ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ରାଉରକେଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେଡି ନେତା ସାରଦା ନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଥିଲେ। ତା'ପୂର୍ବରୁ ସାରଦା ନାୟକ ସହରର ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଏଥର ନିର୍ବାଚନ ମଇଦାନରେ ଅଛନ୍ତି ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ।

ମନ୍ତ୍ରୀ ରୀତା ସାହୁ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ନାମାଙ୍କନପତ୍ର ଦାଖଲ କରିବା ସମୟରେ ଦଳର ବରଗଡ଼ ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ରଙ୍କ ସହ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+