ରାହୁଲ ଓ ଖଡ୍ଗେଙ୍କ ସମାଲୋଚନା ପରେ ଜବାବ ରଖିଲେ ପ୍ରଦୀପ ପୁରୋହିତ
ରାହୁଲ ଓ ଖଡ୍ଗେଙ୍କ ସମାଲୋଚନା ପରେ ପ୍ରଦୀପ ପୁରୋହିତଙ୍କ ଜବାବ । ଦିନ ଥିଲା, କଂଗ୍ରେସ ବ୍ୟତୀତ ଆଉ କୌଣସି ଦଳକୁ ଲୋକେ ଚିହ୍ନି ନଥିଲେ।
ଓଡ଼ିଶାରେ ଲମ୍ବା ସମୟ ଧରି କଂଗ୍ରେସ ଶାସନ କରିଥିଲା । କିନ୍ତୁ ଛବିରାଣୀ ଓ ଅନ୍ୟ ନିର୍ଯାତନା ଘଟଣା ସେତେବଳେ ଘଟିଥିଲା। ଆଜି କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି କହିଲେ ପ୍ରଦୀପ ପୁରୋହିତ। ଆଜି ସେମାନଙ୍କ କୃତକର୍ମର ଫଳ ପାଉଛି କଂଗ୍ରେସ।

ଓଡ଼ିଶାର ଲୋକେ ସେମାନଙ୍କ କଥା ଶୁଣିବା ସ୍ଥିତିରେ ନାହାନ୍ତି । ଡ୍ରାଇଭରଙ୍କ ଦାବି କିପରି ପୂରଣ କରାଯିବ ସେନେଇ ଉଦ୍ୟମ ଚାଲିଛି।
ରଥ ଅଘଟଣକୁ ଗୁରୁତ୍ବର ସହ ନେଇଛନ୍ତି ସରକାର। ତଦନ୍ତ ହେବ, କେଉଁଠି ତ୍ରୁଟି ରହିଲା ତର୍ଜମା ହେବ। ସର୍ବସାଧାରଣରେ ରିପୋର୍ଟ ପ୍ରକାଶ କରାଯିବ। ମୋଦି ପ୍ରଧାନମନ୍ତ୍ରୀ ହେବା ଦିନଠୁ ଅଦାନୀଙ୍କୁ ଟାର୍ଗେଟ କରାଯାଉଛି। ରଥଟଣା ବିଳମ୍ବ ସହ ଅଦାନୀଙ୍କର କୌଣସି ସଂପର୍କ ନାହିଁ ।












Click it and Unblock the Notifications