ପଦ୍ମପୁର ଉପନିର୍ବାଚନ: ନାମଙ୍କନ ଭରିଲେନି ପ୍ରଦୀପ ପୁରୋହିତ
ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରହୋତି ନାମଙ୍କନ ଭରିଲେନି । ପ୍ରାର୍ଥୀପତ୍ର ଦାଖନ ନ କରି ଉପଜିଲ୍ଲାପାଳଙ୍କ ଅଫିସ୍ରୁ ଫେରି ଆସିଛନ୍ତି । ତେବେ ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ପତ୍ର ଭରି ନାହାନ୍ତି ପ୍ରଦୀପ ପୁରୋହିତ ।
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରହୋତି ନାମଙ୍କନ ଭରିଲେନି । ପ୍ରାର୍ଥୀପତ୍ର ଦାଖନ ନ କରି ଉପଜିଲ୍ଲାପାଳଙ୍କ ଅଫିସ୍ରୁ ଫେରି ଆସିଛନ୍ତି । ତେବେ ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ପତ୍ର ଭରି ନାହାନ୍ତି ପ୍ରଦୀପ ପୁରୋହିତ । ଚାଷୀଙ୍କ ସମସ୍ୟା ସରକାର ବୁଝିନଥିବାରୁ ସେ ଏହାକୁ ବିରୋଧ କରିଛନ୍ତି ଉପଜିଲ୍ଲାପାଳଙ୍କ ଅଫିସ୍ରୁ ଫେରି ଆସିଛନ୍ତି ।

କହିରଖୁ କି, ଆଜି ବିପେଜି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବାର ଥିଲା । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ୧୨ ତାରିଖରେ ଦଳ ପ୍ରଦୀପଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା । ମାତ୍ର ଆଜି ନାମଙ୍କନ ଦାଖଲ କରି ନାହାନ୍ତି ପ୍ରଦୀପ । ତେବେ ଆଉ କେଉଁ ଦିନ ନାମାଙ୍କନ ଦାଖଲ କରିବେ ସେ ନେଇ କୌଣସି ସୂଚନା ମିଳି ନାହିଁ ।
ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେଉଛି । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।












Click it and Unblock the Notifications