ଏମ୍ସ ସ୍ଥାନାନ୍ତର ହେଲେ ପ୍ରଦୀପ ପାଣିଗ୍ରାହୀ; ପଞ୍ଜରା ହାଡ-ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ

ବିରୋଧୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଏମସ ସ୍ଥାନାନ୍ତର କରାଯାଇଛି । ତାଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି ।

ବ୍ରହ୍ମପୁର ସହରରେ ସୋମବାର ମତଦାନ ଶେଷ ହେବା ବେଳକୁ ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିଲା । ଏଥିରେ ସେ ଆହତ ହେବାରୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପଞ୍ଜରା ହାଡ ଏବଂ ଫୁସ୍‌ଫୁସ୍‌ରେ ଆଘାତ ଯୋଗୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।

Pradeep Panigrahi

ବ୍ରହ୍ମପୁର ବିଧାନସଭା ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ବାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାସ (ପିଣ୍ଟୁ) ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଛି। ଆକ୍ରମଣକାରୀ ପିଣ୍ଟୁ ଦାସଙ୍କୁ ଗୋଷାଣିନୂଆଗାଁ ଥାନା ପୋଲିସ ଅଟକ ରଖିଛି।

ସୂଚନା ଅନୁସାରେ, ଗୋଷାଣିନୂଆଗାଁ ଥାନା ସମ୍ମୁଖରେ ଥିବା ଏକ ବୁଥରେ ସନ୍ଧ୍ୟା ୭ଟା ପରେ ମଧ୍ୟ ମତଦାନ ଚାଲିଥିଲା । ଏହା ଜାଣିବା ପରେ ପ୍ରଦୀପ ସେଠାରେ ପହଞ୍ଚି ଥାନାଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପିଣ୍ଟୁ ପହଞ୍ଚିି ପ୍ରଦୀପଙ୍କ ଛାତିକୁ ମାରିଥିଲେ। ସେଠାରେ ଉପସ୍ଥିତ ପୋଲିସ ଅଧିକାରୀ ପିଣ୍ଟୁଙ୍କୁ କାବୁ କରି ଥାନାକୁ ନେଇ ଯାଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+