ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲା: ବନ୍ଧା ହେଲେ ସହଯୋଗୀ ସର୍ବେଶ୍ୱର
ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ପ୍ରଫେସର ସର୍ବେଶ୍ୱର ରାଓ ଗିରଫଙ୍କୁ ଆଜି ଗିରଫ କରାଯାଇଛି ।
ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ପ୍ରଫେସର ସର୍ବେଶ୍ୱର ରାଓଙ୍କୁ ଆଜି ଗିରଫ କରାଯାଇଛି । ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ୍ଙ୍କ ଠକେଇ ମାମଲାରେ ସର୍ବେଶ୍ୱରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ପୋଲିସ ସୁରାକ୍ ପାଇବା ପରେ ତାଙ୍କୁ ଗିରଫ କରିଛି । ପ୍ରଥମେ ସର୍ବେଶ୍ୱରଙ୍କୁ କ୍ରାଇମ୍ବ୍ରାଞ୍ଚ ନିଜ ହେଫାଜତକୁ ନେଇଥିଲା । ପରେ ବୁଧବାରଠାରୁ ମାରାଥନ୍ ଜେରା କରିଥିଲା କ୍ରାଇମ୍ବ୍ରାଞ୍ଚ ।

ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ୱରଙ୍କୁ ମୁହାଁମୁହିଁ ଜେରା କରିଥିଲା କ୍ରାଇମ୍ବ୍ରାଞ୍ଚ । ଜେରା ବେଳେ ପ୍ରଦୀପ-ଆକାଶଙ୍କ ଠକେଇରେ ସର୍ବେଶ୍ୱରଙ୍କ ସିଧା ସମ୍ପୃକ୍ତି ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ପୂର୍ବରୁ ଗିରଫ ଭୟରେ ଆତ୍ମଗୋପନ କରିଥିଲେ ସର୍ବେଶ୍ୱର ।
ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ପୂର୍ବରୁ ଗିରଫ କରିଛି। ଟାଟା କଂପାନିରେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।












Click it and Unblock the Notifications