ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ, ‘ଆସୁଛି ଓଡ଼ିଆ ନୂଆ ବର୍ଷ, ସବୁ ପାଞ୍ଜି ଖୋଲି ଦେବି
ଠକେଇ ମାମଲାରେ ମଙ୍ଗଳବାର କୋର୍ଟ ବ୍ରହ୍ମପୁର ସଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହାପରେ ପ୍ରେସ ସମ୍ମିଳନୀରେ ବର୍ଷିଛନ୍ତି ପ୍ରଦୀପ। ନିଜ ବିରୋଧରେ ମିଛ ମାମଲା ଏବଂ ତାଙ୍କର ଗିରଫଦାରୀକୁ ନେଇ ଜଣେ ଆଇପିଏସ ଅଫିସରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସାଂସଦ ।
ପ୍ରଦୀପ କହିଛନ୍ତି, " ସେମାନେ ମୋତେ ଦଳରୁ ବହିଷ୍କାର କଲେ ତାଙ୍କୁ ରାଜ୍ୟବାସୀ ବହିଷ୍କାର କରିଛନ୍ତି । ଆଗକୁ ଓଡ଼ିଆ ନୂଆ ବର୍ଷ ଆସୁଛି, ସେତେବେଳେ ସବୁ ପାଞ୍ଜି ଖୋଲିଦେବି । ନିଜର ଗିରଫରେ ଜଣେ ବରିଷ୍ଠ IPSଙ୍କ ନାଁ ନେଇ ମଧ୍ୟ ସେ ଆକ୍ଷେପ କରିଥିଲେ। ସମ୍ପୃକ୍ତ IPSଙ୍କୁ ଟାର୍ଗେଟ୍ କହିଥିଲେ ସେ ମୋତେ ଗିରଫ କରିବାରୁ ପୁରସ୍କାର ପାଇ କମିଶନର ହେଲେ।"

ସେହିଭଳି କାର୍ତ୍ତିକ ପାଣ୍ଡିଆନଙ୍କୁ "ଗୋଟିଏ ମ୍ୟାଟେରିଆଲ୍ କି କହି ଛିଗୁଲେଇଥିଲେ ପ୍ରଦୀପ। ସରକାରର ଥିବା ସମୟରେ ନବୀନ ବାବୁ ଓଡ଼ିଶାକୁ ଲୁଟ୍ ପାଇଁ ତାଙ୍କୁ ଠିକା ଦେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଦୁର୍ନୀତିର ହବ୍ କରାଯାଇଥିଲା।"
ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ୱସ୍ତି ମିଳିଛି । ସମସ୍ତ ମାମଲାରେ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର JMFC ଗ୍ରାମାଞ୍ଚଳ କୋର୍ଟ। ଗତକାଲି ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସମ୍ପର୍କିତ ୨ଟି ମାମଲାରେ ବ୍ରହ୍ମପୁର JMFC କୋର୍ଟ ପ୍ରଦୀପଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ଆଉ ଆଜି ଆଉ ୩ଟି ମାମଲାର ଶୁଣାଣି କରି ସମସ୍ତ ମାମଲାରେ ଦୋଷମୁକ୍ତ କରିଛନ୍ତି କୋର୍ଟ।ଟାଟା କମ୍ପାନୀରେ ନିଯୁକ୍ତି ପ୍ରଦାନ କରିବା ନାଁରେ ଠକେଇ ଅଭିଯୋଗ ଘଟଣାରେ ଗତକାଲି ବ୍ରହ୍ମପୁର JMFC ରୁରାଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତକାଲି ପ୍ରଦୀପଙ୍କ ସହ ଅଭିଯୁକ୍ତ ଥିବା ପୂର୍ବତନ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଆଉ ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ରହିଥିବା ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇଛି । ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ପ୍ରଦୀପ।












Click it and Unblock the Notifications