ମିଳିଲା ପାରାଦୀପ ସମୁଦ୍ରରେ ନିଖୋଜ ଟ୍ରଲରର ସନ୍ଧାନ, ସୁରକ୍ଷିତ ୧୩ ମତ୍ସଜୀବୀ
ମିଳିଲା ପାରାଦୀପ ସମୁଦ୍ରରେ ନିଖୋଜ ଟ୍ରଲରର ସନ୍ଧାନ, ସୁରକ୍ଷିତ ୧୩ ମତ୍ସଜୀବୀ । ଗତି ୪ଦିନ ହେଲା ମାଛ ଧରିବା ପାଇଁ ଯାଇ ନିଖୋଜ ଥିଲା ଦେବୀ ଲକ୍ଷ୍ମୀ ଓ କିନାରା । ଦୁଇଟି ଟ୍ରଲରରେ ଥିବା ୧୩ ମତ୍ସଜୀବୀ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି ବୋଟ୍ ଚାଳକ ।
ପାରାଦୀପ: ମିଳିଲା ପାରାଦୀପ ସମୁଦ୍ରରେ ନିଖୋଜ ଟ୍ରଲରର ସନ୍ଧାନ । ଗତି ୪ଦିନ ହେଲା ମାଛ ଧରିବା ପାଇଁ ଯାଇ ନିଖୋଜ ଥିଲା ଦେବୀ ଲକ୍ଷ୍ମୀ ଓ କିନାରା । ଦୁଇଟି ଟ୍ରଲରରେ ଥିବା ୧୩ ମତ୍ସଜୀବୀ ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି ବୋଟ୍ ଚାଳକ । ୨ଟି ଟ୍ରଲର କୂଳଠାରୁ ୧୨ ନଟିାକାଲ ଦୂରରେ ରହିଛନ୍ତି । କିଛି ସମୟ ମଧ୍ୟରେ ପାରାଦୀପ ମଛଧରା ବନ୍ଦରରେ ପହଁଚିବ ବୋଲି ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ କାରଣ ସ୍ପଷ୍ଟ ହୋଇ ପାରି ନାହିଁ ବୋଲି କହିଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା ।

ତେବେ ଗତ ୮ତାରିଖ ଦିନ ୨ଟି ଟ୍ରଲର ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇ ନିଖୋଜ ଥିଲା । ମତ୍ସ୍ୟଜୀବୀଙ୍କୁ ଖୋଜିବାକୁ ଯାଇ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ନିଖୋଜ ମତ୍ସ୍ୟଜୀବୀ କେନ୍ଦ୍ରାପଡା, ପୁରୀ ଏବଂ ଜଗତସିଂହପୁରର ବୋଲି ସୂଚନା ରହିଛି ।












Click it and Unblock the Notifications