ବାହା ହେବେ ପ୍ରଦୀପ ମାଝୀ; ପଡ଼ିବ ହାତଗଣ୍ଠି, କେମିତି ଗଢି ଉଠିଥିଲା ପ୍ରେମ ସଂପର୍କ ?
ବଢୁଛି ବୟସ, ପଡ଼ୁଛି ହାତଗଣ୍ଠି । ବିଳମ୍ବରେ ବାହା ହେଉଛନ୍ତି ରାଜନେତା । ବର୍ତ୍ତମାନ ବିବାହକୁ ନେଇ ଓ ନେତା ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ବିବାହ କରିଥିବା ବେଳେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ମଧ୍ୟ ହାତଗଣ୍ଠି ପଡ଼ିଛି ।
ଆଉ ଏବେ ବିବାହ କରିବାକୁ ଯାଉଛନ୍ତି ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ଏମ୍ପି ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।
ବିଶେଷ ସୂତ୍ର ଅନୁସାରେ ମାଝି (୪୮) ମାର୍ଚ୍ଚ ୧୨ରେ ଗୋଆରେ ପରିବାର ଓ ନିକଟତର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେବେ।
ବିବାହ କରିବାକୁ ଥିବା ଯୁବତୀ ଜଣେ ପୂର୍ବତନ ସାମ୍ବାଦିକ ଯିଏ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ପାଠପଢ଼ିଥିଲେ। ତେବେ ଉଭୟଙ୍କର ପ୍ରେମ ବିବାହ ହୋଇଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ଉଭୟଙ୍କର କେଉଁଠି ଭେଟ ହୋଇଥିଲା ଏବଂ କିଏ କାହାକୁ ପ୍ରଥମ ପ୍ରେମ ନିବେଦନ କରିଥିଲେ।

ସତ୍ୟନଗର ଜିମ୍ରେ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୩ ବର୍ଷ ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ଯାଉଛନ୍ତି। ପ୍ରେମ ସମ୍ପର୍କ ଯୋଡି ହେବା ପରେ ଉଭୟ ପରିବାରର ସହମତିରେ ବିବାହ ହେଉଥିବା ଜଣାପଡ଼ିଛି। ସୁଶ୍ରୀ ପ୍ରଥମେ ପ୍ରେମ ନିବେଦନ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications