ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ପ୍ରଦୀପ ଜେନା
ଆଜି ରାଜ୍ୟର ନୂଆ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ପ୍ରଦୀପ ଜେନା । ପ୍ରଦୀପ ହେଉଛନ୍ତି ୧୯୮୯ ବ୍ୟାଚ୍ IAS ଅଫିସର୍ ।

ଭୁବନେଶ୍ୱର: ଆଜି ରାଜ୍ୟର ନୂଆ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ପ୍ରଦୀପ ଜେନା । ପ୍ରଦୀପ ହେଉଛନ୍ତି ୧୯୮୯ ବ୍ୟାଚ୍ IAS ଅଫିସର୍ । ୧୯୯୧ରେ ସେ କଳାହାଣ୍ତି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୯ରେ ବାତ୍ୟା ସମୟରେ ସେ କଟକ ଜିଲ୍ଲାପାଳ ଥିଲେ ସେହି ସମୟରେ ତାଙ୍କର ଅତୁଳନୀୟ କାର୍ଯ୍ୟ ପାଇଁ ସେ ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିଲେ ।
୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍ଗାନାଳରେ ଜନ୍ମ ଗ୍ରହଣ କରିଥିଲେ ପ୍ରଦୀପ ଜେନା । ୧୯୯୧ରେ ସେ କଳାହାଣ୍ତି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ଏହା ପୂର୍ବରୁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ । ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ସେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ ।
ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ସୁରେଶ ମହାପାତ୍ର । ପରେ ତାଙ୍କୁ ଓଡ଼ିଶା ଇଲେକଟ୍ରିସିଟି କମିଶନ ଓଇଆରସି ଚେୟାରମ୍ୟାନ ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ଉଭୟ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ନୂଆ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।












Click it and Unblock the Notifications