ଆଜିଠୁ ସର୍ବସାଧାରଣଙ୍କ ପାଇଁ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ଖୋଲିବ: ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ଖୋଲିବ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନକୁ ପରିଦର୍ଶନ କରିପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପ୍ରଦର୍ଶନୀ ମଧ୍ୟରେ ପ୍ରମୋସନାଲ ଷ୍ଟଲଗୁଡିକ ବୁଲି ଦେଖିବେ ସାଧାରଣ ଜନତା ଏବଂ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ। ଭୁବନେଶ୍ୱର ଜନତା ମଇଦାନ ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀରେ ବିଦେଶରେ ରହୁଥିବା ପ୍ରବାସୀମାନେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଗତକାଲି ଉଦଯାପିତ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ବିଶ୍ବର ୨୪ ରାଷ୍ଟ୍ରର ୨୭ ଜଣ ସଫଳ ପ୍ରବାସୀଙ୍କୁ 'ପ୍ରବାସୀ ଭାରତୀୟ ସମ୍ମାନ'ରେ ସମ୍ମାନିତ କରିଥିଲେ।

PRABASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ୍ ସରକାର ଚାଲୁଛି । କିନ୍ତୁ ତୃତୀୟ ଇଞ୍ଜିନ ଭାବେ ପ୍ରବାସୀ ଇଞ୍ଜିନ ଯୋଡ଼ି ହୋଇଛି । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶାର ଯାତ୍ରାରେ ସାମିଲ ହେବାକୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ପ୍ରବାସୀଙ୍କ ସହ ଯୋଗାଯୋଗରେ ରହିବା ପାଇଁ ଜଣେ ମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯିବ । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ । ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ଆଗାମୀ ଦିନରେ କୁଏତ ଓ କତାର ଭଳି ଦେଶକୁ ମଧ୍ୟ ବିମାନ ଚଳାଚଳ ପାଇଁ ବିଚାର କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+