Prabasi Bharatiya Diwas: ଦେଶରେ ଏବେ ୨୦ ନାଗରିକରୁ ୧୩ ଜଣ ଯୁବ, ୧ ଲକ୍ଷ ଯୁବ ନେତୃତ୍ବ ଗଠନ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । ଭୁବନେଶ୍ବର ଜନତା ମୈଦାନରେ ସମ୍ମେଳନ ଆରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ । ୩ ଦିନ ଧରି ଚାଲିବ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ତେବେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ । ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ଭାଗିଦାରୀ ଜରୁରୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ ।

ଦେଶର ହିତ ପାଇଁ ଯୁବବର୍ଗଙ୍କୁ ଯୋଗଦାନ କରିବାକୁ ହେବ । ଦେଶରେ ଏବେ ୨୦ ନାଗରିକରୁ ୧୩ ଜଣ ଯୁବ। ୧ ଲକ୍ଷ ଯୁବ ନେତୃତ୍ବ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । କୋଭିଡ୍ ସମୟରେ ଯୁବ ବୈଜ୍ଞାନିକଙ୍କ ଅବଦାନକୁ ଭୁଲି ହେବନି ବୋଲି ସେ କହିଛନ୍ତି । ଯୁବ ସମାବେଶରୁ ସମ୍ମେଳନ ଆରମ୍ଭ ହୋଇଛି ।

Prabasi Bharatiya Diwas

(ଜାନୁଆରୀ ୮) ସନ୍ଧ୍ୟା ୭.୫୦ ମିନିଟରୁ ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ହସ୍ପିଟାଲ୍ ଛକ, ଏ.ଜି. ଛକ ଦେଇ ରାଜଭବନ ପର୍ଯ୍ୟନ୍ତ କୌଣସି ଯାନ ଯାତାୟାତ କରିବ ନାହିଁ।

ଜାନୁଆରୀ ୯ ତାରିଖ ଗୁରୁବାର ଦିନ ସକାଳ ୯.୩୦ମିନିଟରୁ ୧୦ ଘଟିକା ପର୍ଯ୍ୟନ୍ତ ରାଜଭବନ ଛକ - ପାୱାର ହାଉସ ଛକ - ୧୨୦ ବି.ଏନ୍. ଛକ - ଶାସ୍ତ୍ରୀ ନଗର ଛକ - ବେହେରା ସାହି ଛକ - ଜୟଦେବ ବିହାର ଛକ - ଜାଭିୟର ଛକ-ନାଲକୋ ଛକ ପର୍ଯ୍ୟନ୍ତ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସକାଳ ୧୧.୨୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାଲକୋ ଛକ - ଜାଭିୟର ଛକ - ଜୟଦେବ ବିହାର ଛକ - ବେହେରା ସାହି ଛକ - ଶାସ୍ତ୍ରୀ ନଗର ଛକ - ୧୨୦ ବି.ଏନ୍. ଛକ - ପାୱାର ହାଉସ ଛକ - ରାଜଭବନ ଛକ - ବାମ ମୋଡ଼ - ଏ.ଜି. ଛକ - ଡାହାଣ ମୋଡ଼ - ହସ୍ପିଟାଲ୍ ଛକ - ଏୟାରପୋର୍ଟ ଛକରେ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା ବେଳେ ଅପରାହ୍ନ ୪.୨୦ମିନିଟରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ - ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼ - ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+