Prabasi Bharatiya Diwas: ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଆରମ୍ଭ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ଜୟଶଙ୍କର

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ। ଭୁବନେଶ୍ବର ଜନତା ମୈଦାନରେ ସମ୍ମେଳନ ଆରମ୍ଭ। ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ । ୩ ଦିନ ଧରି ଚାଲିବ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । କାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମେଳନ। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ।

୨୧ଟି ପ୍ରଦର୍ଶନୀ ସ୍ଥଳି ବୁଲାଇବା ଯୋଜନା କହିଲେ ମୁଖ୍ୟ ସଚିବ। କଳା, ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ର ଆଦି ବିଷୟରେ ଅବଗତ କରିବୁ । ଡବଲ ଡେକର ବସ୍‌ରେ ପ୍ରବାସୀଙ୍କୁ ବୁଲାଇବା ବ୍ୟବସ୍ଥା ରହିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଥିବାରୁ ଅନେକ ଆଶା ରହିଛି ।

Pravasi Bharatiya Divas convention begins

ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଉଛି। ଦୁବାଇ, କତାର, ଓମାନ ଭଳି ଜାଗାରୁ ଆସିଥିବା ପ୍ରବାସୀମାନେ ହାତରେ ପଦ୍ମଫୁଲ ନେଇ ପହଞ୍ଚିଛନ୍ତି। ସେମାନେ ପ୍ରତିକ୍ରିୟା ଦେଇ କହିଛନ୍ତି ନିଜ ମାଟିରେ ପହଞ୍ଚି ଖୁସି ଲାଗୁଛି । ଏହା ସହ କଳାହାଣ୍ଡିର ଘୁମୁରା ଓ ଅନ୍ୟାନ୍ୟ ଲୋକ ବାଦ୍ୟର ତାଳେ ତାଳେ ଝୁମିଛନ୍ତି। ।

ଜାନୁଆରୀ ୮) ସନ୍ଧ୍ୟା ୭.୫୦ ମିନିଟରୁ ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ହସ୍ପିଟାଲ୍ ଛକ, ଏ.ଜି. ଛକ ଦେଇ ରାଜଭବନ ପର୍ଯ୍ୟନ୍ତ କୌଣସି ଯାନ ଯାତାୟାତ କରିବ ନାହିଁ।

ଜାନୁଆରୀ ୯ ତାରିଖ ଗୁରୁବାର ଦିନ ସକାଳ ୯.୩୦ମିନିଟରୁ ୧୦ ଘଟିକା ପର୍ଯ୍ୟନ୍ତ ରାଜଭବନ ଛକ - ପାୱାର ହାଉସ ଛକ - ୧୨୦ ବି.ଏନ୍. ଛକ - ଶାସ୍ତ୍ରୀ ନଗର ଛକ - ବେହେରା ସାହି ଛକ - ଜୟଦେବ ବିହାର ଛକ - ଜାଭିୟର ଛକ-ନାଲକୋ ଛକ ପର୍ଯ୍ୟନ୍ତ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସକାଳ ୧୧.୨୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାଲକୋ ଛକ - ଜାଭିୟର ଛକ - ଜୟଦେବ ବିହାର ଛକ - ବେହେରା ସାହି ଛକ - ଶାସ୍ତ୍ରୀ ନଗର ଛକ - ୧୨୦ ବି.ଏନ୍. ଛକ - ପାୱାର ହାଉସ ଛକ - ରାଜଭବନ ଛକ - ବାମ ମୋଡ଼ - ଏ.ଜି. ଛକ - ଡାହାଣ ମୋଡ଼ - ହସ୍ପିଟାଲ୍ ଛକ - ଏୟାରପୋର୍ଟ ଛକରେ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା ବେଳେ ଅପରାହ୍ନ ୪.୨୦ମିନିଟରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ - ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼ - ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+