ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ: ୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ । ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି । ୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପ୍ରବାସୀ ଭାରତୀୟ ସମ୍ମାନ ।

prabasi bharatiya divas

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ବର୍ତ୍ତମାନ ଦେଶରେ ଉତ୍ପାଦିତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୪୫ ପ୍ରତିଶତ ରହିଛି ବୋଲି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ଭୁବନେଶ୍ୱର ଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ''ସବୁଜ ସଂଯୋଗ: ଦୀର୍ଘସ୍ଥାୟୀ ବିକାଶରେ ପ୍ରବାସୀଙ୍କ ଯୋଗଦାନ'' ବିଷୟବସ୍ତୁ ଉପରେ ମତ ରଖି ସେ କହିଛନ୍ତି, ସବୁଜ ଶକ୍ତି ଏବଂ ଦୀର୍ଘସ୍ଥାୟୀ ବିକାଶ ପାଇଁ ପ୍ରଯୁକ୍ତିର ବିକାଶ ଗୁରୁତ୍ୱପୂର୍ଣ୍ଣ। ଭାରତ ଏହି କ୍ଷେତ୍ରରେ ଅଧିକ ଆଗକୁ ବଢ଼ିବା ପାଇଁ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ । ଭାରତ ଆଜି ନୂଆ ପ୍ରଯୁକ୍ତି ଉଦ୍ଭାବନ କ୍ଷେତ୍ରରେ ଏକାଗ୍ରଚିତ୍ତ ହୋଇ କାମ କରୁଛି ।

ବୈଷ୍ଣବ କହିଛନ୍ତି, ବିଶ୍ୱରେ ମାତ୍ର ୪ଟି ଦେଶ ପାଖରେ ହାଇଡ୍ରୋଜେନ ଇନ୍ଧନ ପରିଚାଳିତ ଟ୍ରେନ ରହିଛି । ଅଧିକାଂଶ ଦେଶ ୫୦୦ରୁ ୬୦୦ ଅଶ୍ୱଶକ୍ତି ବିଶିଷ୍ଟ ଟ୍ରେନ୍‌ ବିକଶିତ କରିଛନ୍ତି । କିନ୍ତୁ ଭାରତ ନିଜସ୍ୱ ଇଞ୍ଜିନିୟର ଏବଂ ସରଞ୍ଜାମ ଉପଯୋଗ କରି ୧୨୦୦ ଅଶ୍ୱଶକ୍ତି ଉତ୍ପାଦନ କରୁଥିବା ହାଇଡ୍ରୋଜେନ୍‌ ଟ୍ରେନ ବିକଶିତ କରିଛି । ଅନ୍ୟପକ୍ଷରେ ଭାରତ ପରିବହନ କ୍ଷେତ୍ରରେ ବିକଳ୍ପ ସ୍ୱଚ୍ଛ ଇନ୍ଧନ ଉପଯୋଗ କରିବା ଉପରେ ମଧ୍ୟ ଜୋର ଦେଉଛି ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ସେ କହିଥିଲେ, ଅନ୍ୟ ପରିବହନ ମାଧ୍ୟମ ତୁଳନାରେ ରେଳ ମାଧ୍ୟମରେ ମାଲ୍‌ ପରିବହନ ଦ୍ୱାରା ୯୦ ପ୍ରତିଶତ କମ୍‌ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। ରେଳ ଟ୍ରାକ ଗୁଡ଼ିକର ଶତପ୍ରତିଶତ ବିଦ୍ୟୁତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଥିଲେ। ୨୦୧୪ରେ ବର୍ଷକୁ ମାତ୍ର ୫୦୦ କିଲୋମିଟର ରେଳ ମାର୍ଗର ବିଦ୍ୟୁତିକରଣ ହେଉଥିବା ବେଳେ ବର୍ତ୍ତମାନ ବାର୍ଷିକ ପ୍ରାୟ ୬ହଜାର କିଲୋମିଟର ରେଳ ମାର୍ଗର ବିଦ୍ୟୁତିକରଣ ହେଉଛି । ରାଜପଥରେ ଡିଜେଲ୍‌ ଇନ୍ଧନ ବ୍ୟୟ କରି ଟ୍ରକରେ ମାଲ ପରିବହନ ଦ୍ୱାରା ଯେତିକି ପ୍ରଦୂଷଣ ହୋଇଥାଏ, ଏହା ତୁଳନାରେ ବିଦ୍ୟୁତ ଚାଳିତ ଟ୍ରେନରେ ୯୮ ପ୍ରତିଶତ କମ୍‌ ପ୍ରଦୂଷଣ ହୋଇଥାଏ ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।

ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଲାଗି ଆହ୍ୱାନ କରି ଶ୍ରୀ ବୈଷ୍ଣବ କହିଥିଲେ, ଆମେ ଦୀର୍ଘସ୍ଥାୟୀ ଶକ୍ତି ଉତ୍ପାଦନ ମୂଲ୍ୟ ଶୃଙ୍ଖଳାର ମୂଳ ସରଞ୍ଜାମ ପ୍ରସ୍ତୁତ କରିବା ଲାଗି ସକ୍ଷମ ହେବା ଉଚିତ୍‌। ହାଇଡ୍ରୋଜେନ୍‌ ଶକ୍ତି ଉତ୍ପାଦନ ପାଇଁ ଆବଶ୍ୟକ ଉପକରଣ, ଆୟନ ଓ ଲିଥିୟମ ସେଲ୍‌ ନିର୍ମାଣ ଭଳି ପ୍ରଯୁକ୍ତି ହାସଲ କରିବା ଦିଗରେ ଭାରତ ପ୍ରୟାସ କରୁଥିବା ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+