ଆଉ ଶୁଭିବନି "କିଏ ଆସୁଛିରେ ଧଳା ହାତୀ ଝୁଲିଝୁଲି" : ପରଲୋକରେ ପଣ୍ଡିତ ଚାରଣ ରାମଦାସ
କରୋନାରେ ପଣ୍ଡିତ ଚାରଣ ରାମଦାସଙ୍କ ପରଲୋକ
ଭୁବନେଶ୍ୱର : ନରବି ଗଲା "କିଏ ଆସୁଛିରେ ଧଳା ହାତୀ ଝୁଲିଝୁଲି"ର ଶ୍ୱର । ପ୍ରତିବର୍ଷ ରଥଯାତ୍ରାରେ ଏଇଠାରୁ ଆରମ୍ଭ ହୁଏ ପ୍ରବଚକ । ଚାତକ ଭଳି ଚାହିଁ ରହିଥାନ୍ତି ସାରା ବିଶ୍ୱର ଓଡିଆ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପଣ୍ଡିତ ଚାରଣ ରାମଦାସଙ୍କର ଦେହାନ୍ତ ହୋଇଛି । ଆଜି ରାତି ସାଢେ 9ଟା ସମୟରେ ପୁରୀର କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ପଡିଛି । କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତି ସମୟରେ ତାଙ୍କୁ ପୁରୀସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ତାଙ୍କ ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ହେବାରୁ ପୁଣି ତାଙ୍କୁ ପୁରୀସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ୱର୍ଗତ ଦାସଙ୍କର ଦେହାନ୍ତ ଖବର ଶୁଣିବା ପରେ ଚାରି ଆଡେ ଶୋକାଖୂଳ ପରିବେଶ ସୃଷ୍ଟି ହୋଇଛି । ଓଡିଶାର ପ୍ରତ୍ୟେକ ଗାଁରେ ସେ ପ୍ରବଚନ ଦେବା ପାଇଁ ଯାଇଛନ୍ତି । ଅନେକ ଘରୋଇ ଟେଲିଭିଜନରେ ତାଙ୍କର ପ୍ରବଚନ ଦେଖିବାକୁ ମିଳେ । କୁହାଯାଏ ଚାରଣ ରାମଦାସଙ୍କର ପ୍ରବଚନର କ୍ୟାସେଟ୍ ଦିନେ ସିନେମାର ସିଡି ଠାରୁ ଅଧିକ ବିକ୍ରି ହୋଇଥାଏ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଅବଦାନ ଅତୁଳନୀୟ ରହିଥିଲା । ଆଜି ତାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଥିବା ମତପ୍ରକାଶ ପାଇଛି ।












Click it and Unblock the Notifications