ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ଚାଲିଯିବା ଘଟଣା:ରିପୋର୍ଟ ମାଗିଲେ ରାଜ୍ୟପାଳ
ଭୁବନେଶ୍ୱର:ବାରିପଦା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନା ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ୯ ମିନିଟ୍ ବିଦ୍ୟୁତ ଚାଲିଯିବା ଘଟଣା । ବିଜୁଳି ବିଭ୍ରାଟ ନେଇ ରିପୋର୍ଟ ମାଗିଲେ ରାଜ୍ୟପାଳ ଗଣେଶୀ ଲାଲ । ମୁଖ୍ୟ ଶାସନ ସଚିବ ଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରିପୋର୍ଟ ତଲବ । ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ।
ମେ'୬ ତାରିଖରେ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବକ୍ତବ୍ୟ ବେଳେ ୯ ମିନିଟ୍ ପର୍ଯ୍ୟନ୍ତ ଅନ୍ଧାରରେ ନିଜ ଅଭିଭାଷଣ ରଖିଥିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ସମୟରେ ମଞ୍ଚରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରୀପାଠୀ ଉପସ୍ଥିତ ଥିଲେ ।

ଏହି ଘଟଣାରେ ଜଣଙ୍କୁ ନିଲମ୍ବିତ କରାଯିବା ସହ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ କହିଛନ୍ତି ।












Click it and Unblock the Notifications