Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟ୍ ପ୍ରସଙ୍ଗ: ୧୯ରେ ମୟୁରଭଞ୍ଜ ବନ୍ଦ ଡାକରା

ବାରିପଦା: ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଭାଷଣ ଦେବା ସମୟରେ ୯ ମିନିଟ୍ ଲାଇଟ୍ କଟିଯାଇଥିବା ପ୍ରସଙ୍ଗରେ ଆସନ୍ତା ୧୯ ତାରିଖରେ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି । ଗତକାଲି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ।

ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଦାବି କରିଛି ଯେ, ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଏପରି ଘଟିବା ସହ ମୟୂରଭଞ୍ଜର ସମ୍ମାନ ହାନି ହୋଇଛି । ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ୯ ମିନିଟ୍ ଲାଇଟ୍ କଟିଯିବା ଏକ ଦଃଖଦ ଘଟଣା । ଏନେଇ ସେ ଜିଲ୍ଲାପଳ, ଏସପି ଏବଂ ବିଶ୍ୱବିଦ୍ୟାଳ କୁଳପତିଙ୍କୁ ଦାୟୀ କରିଛନ୍ତି ।

Mayurbhanj Bandh

ତେବେ ଏହି ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇଥିବାରୁ ଆସନ୍ତା ୧୯ ତାରିଖରେ ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛି ଜିଲ୍ଲା ବିଜେପି ।

ସୂଚନାଥାଉ ଯେ, ମେ'୬ ତାରିଖରେ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବକ୍ତବ୍ୟ ବେଳେ ୯ ମିନିଟ୍ ପର୍ଯ୍ୟନ୍ତ ଅନ୍ଧାରରେ ନିଜ ଅଭିଭାଷଣ ରଖିଥିଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ସମୟରେ ମଞ୍ଚରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରୀପାଠୀ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଏହି ଘଟଣାକୁ ନେଇ କ୍ଷମା ମାଗିବା ସହ ନିଜକୁ ଦାୟୀ କରିଛନ୍ତି କୁଳପତି ପ୍ରଫେସର ସନ୍ତୋଷ ତ୍ରୀପାଠୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+