ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି:୯ ମିନିଟ୍ ପାଇଁ କଟିଲା ବିଜୁଳି, ମାନିଲା ବିଭାଗ

ବାରିପଦା: ଅନ୍ଧାରରେ ଭାଷଣ ଦେଲେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ୯ ମିନିଟ୍ ପାଇଁ କଟିଲା ବିଜୁଳି, ମାନିଲା ବିଭାଗ । ସୁନ୍ଦର ଯେତିକି ଅନ୍ଧାର ସେତିକି ବୋଲି କହିଲେ ରାଷ୍ଟ୍ରପତି । ଭାଷଣ ଜରିଆରେ ନିଜ ଅସନ୍ତୋଷ କଲେ ବ୍ୟକ୍ତ ।

draupadi murmu

ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ତିନି ଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସମୟରେ ହଠାତ୍ କଟିଯାଇଥିଲା କରେଣ୍ଟ । ମଞ୍ଚରେ ଉପସ୍ଥିତ ଥିଲେ ପ୍ରଫେସର ଗଣେଶୀ ଲାଲ ଏବଂ ବିଶ୍ୱବିଦ୍ୟାଳର କୁଳପତି ।

ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ଯାଏଁ ପାୱର ଟ୍ରିପ୍ ଥିଲା । ବିଜୁଳି ଚାଲିଯିବା ପରେ ରାଷ୍ଟ୍ରପତି କହିଥିଲେ । ସୁନ୍ଦର ଯେତିକି ଅନ୍ଧାର ସେତିକି ...ଅନ୍ଧାର ଯେତିକି ଆଲୁଆ ସେତିକି ଏହି ଯେ ଗହନ ବନ । ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ୍ ପର୍ଯ୍ୟନ୍ତ ୯ ମିନିଟ୍ କାଳ ଲାଇନ୍ କଟିଯାଇଥିଲା ।

ସାରା ଅଡିଟୋରିୟମ ଅନ୍ଧାରରେ ଥିବା ଦେଖିବା ପାଇଁ ମିଳିଥିଲା । ହେଲେ ଅନ୍ଧାର ଭିତରେ ମଧ୍ୟ ରାଷ୍ଟ୍ରପତି ଜାରି ରଖିଥିଲେ ନିଜ ଅଭିଭାଷଣ । ହେଲେ ଭାଷଣ ଛଳରେ ନିଜ ଅସନ୍ତୋଷ ବ୍ୟକ୍ତ କରି ସେ କହିଥିଲେ, ଅନ୍ଧାର ଯେତିକି ଆଲୁଆ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡିବିନି ଥକି । ଆଜି ଆମେ ଅନ୍ଧାରରେ ବସିଛୁ । ସବୁକୁ ଆମେ ସମାନ ଭାବେ ନେବା ।

ଅନ୍ୟପଟେ ଏହି ବିରାଟ ତୃଟି ପାଇଁ ଦୁଃଖ ପ୍ରକାଶ କରିଛି ଶକ୍ତି ବିଭାଗ । ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ଏହି ଦୋଷକୁ ସ୍ୱୀକାର କରିଛି । ହେଲେ ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଦ୍ୟୁତ ବିଭ୍ରାଟକୁ ନେଇ ଅନେକ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+