ବିଗତ ୫ ବର୍ଷରେ ରାଜ୍ୟର ୬୨ ଲକ୍ଷ ୬୨ହଜାର ୮୫୨ ଜଣ ଲୋକ ଦାରିଦ୍ର‌୍ୟମୁକ୍ତ

ନୂଆଦିଲ୍ଲୀ: ରାଜ୍ୟରେ କମୁଛି ଗରିବ ହାର। ନୀତି ଆୟୋଗ ରିପୋର୍ଟ ଅୁନସାରେ, ରାଜ୍ୟରେ ବିଗତ ୫ ବର୍ଷରେ ୬୨ ଲକ୍ଷ ୬୨ହଜାର ୮୫୨ ଜଣ ଲୋକ ଦାରିଦ୍ର‌୍ୟମୁକ୍ତ ହୋଇଛନ୍ତି । ୨୦୧୫ରୁ ୨୦୨୦ ମଧ୍ୟରେ ଏହି ରିପୋର୍ଟ ପ୍ରକାଶ ପାଇଛି। ସାରା ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟମୁକ୍ତ ହୋଇ ପାରିଛନ୍ତି ବୋଲି ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି ।

ମାଲକାନଗିରି ରାଜ୍ୟର ସବୁଠାରୁ ଗରିବ ଜିଲ୍ଲା ହୋଇଥିବାବେଳେ ପୁରୀ ଏହି ତାଲିକାରେ ସବୁଠାରୁ ତଳେ ରହିଛି । ମାଲକାନଗିରି ଜିଲ୍ଲାରେ ଦାରିଦ୍ର‌୍ୟ ହାର ସର୍ବାଧିକ ୪୫.୦୧ ରହିଥିବାବେଳେ ପୁରୀରେ ଏହି ହାର ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି । ରାୟଗଡାରେ ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୪୫ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ ରହିଛି ।

poverty_rate

ସେହିପରି ଜଗତସିଂପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ,ଝାରସୁଗୁଡା, ସୋନପୁର, କେନ୍ଦ୍ରାପଡା, ବଲାଙ୍ଗୀର ଓ ସମ୍ବଲପୁରରେ ଦାରିଦ୍ର‌୍ୟ ହାର୧୦ ପ୍ରତିଶତରୁ କମ ରହିଛି । ଅନ୍ୟ ଜିଲ୍ଲାରେ ଏହି ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି । ତେବେ ଓଡ଼ିଶାର ୧୫.୬୮% ଦାରିଦ୍ର୍ୟ ହାର, ଜାତୀୟ ହାର ୧୪.୯୬% ଠାରୁ ବି ଅଧିକ ରହିଛି। ଦାରିଦ୍ର୍ୟରେ ନବମ ସ୍ଥାନରେ ଥିବା ଓଡ଼ିଶା ଏବେ ଦେଶର ଅଷ୍ଟମ ଗରିବ ରାଜ୍ୟ।

ରାଜ୍ୟରେ ଦାରିଦ୍ର‌୍ୟ ହାର ୨୯.୩୪ ପ୍ରତିଶତରୁ ୧୫.୬୮ ପ୍ରତିଶତକୁ କମିଛି। ଗ୍ରାମୀଣ ଦାରିଦ୍ର‌୍ୟ ହାର ଏହି ସମୟରେ ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଖସିଥିବାବେଳେ ସହରାଞ୍ଚଳରେ ଏହି ହାର ୧୨.୩୨ରୁ ୫.୪୨ ପ୍ରତିଶତକୁ ହ୍ରାସ ପାଇଛି ।

୨୦୨୧ର ବହୁମୁଖୀ ଦାରିଦ୍ର୍ୟ ସୂଚୀରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମେଘାଳୟ, ଆସାମ, ଛତିଶଗଡ, ରାଜସ୍ଥାନ ପରେ ଓଡ଼ିଶା ଥିଲା ଦେଶର ନବମ ଗରିବ ରାଜ୍ୟ। ତେବେ ଚଳିତ ସଂସ୍କରଣରେ ଓଡ଼ିଶା ଗରିବୀ ରାଜ୍ୟ ତାଲିକାରେ ଆଉ ଗୋଟେ ସ୍ଥାନ ଉପରକୁ ଉଠି ଦେଶର ଅଷ୍ଟମ ଗରିବ ରାଜ୍ୟରେ ପରିଣତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+