ରାଜ୍ୟରେ କମୁଛି ଦାରିଦ୍ର୍ୟ; କୋଟିଏ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ

ରାଜ୍ୟରେ କମୁଛି ଦାରିଦ୍ର୍ୟ । ଓଡ଼ିଶାର ସାମଗ୍ରିକ ଅର୍ଥନୈତିକ ବିକାଶ ଘଟିଛି । ପ୍ରଗତି ପଥରେ ଆଗେଇ ଚାଲିଛି ଓଡ଼ିଶା । ବିକାଶର ନୂଆ ରାସ୍ତା ଦେଖୁଛ ଓଡ଼ିଶା । ଫଳରେ ଦାରିଦ୍ର୍ୟ ହ୍ରାସରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି । ରାଜ୍ୟର ଉଲ୍ଲେଖନୀୟ ସଫଳତା ଦେଶ ପାଇଁ ରୋଲ୍ ମଡେଲ ସାଜିଛି ।

ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଧାରଣର ମାନଦଣ୍ଡକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି । ଓଡ଼ିଶାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ଓ ବ୍ୟାପକ ନିଯୁକ୍ତି ଯୋଗୁ ଉଲ୍ଲେଖନୀୟ ଭାବେ ଦାରିଦ୍ର୍ୟ ହାର ହ୍ରାସ ଘଟିଛି ।

Poverty

ରାଜ୍ୟରେ ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଦେଶରେ ଦାରିଦ୍ର୍ୟ ହାର ହ୍ରାସ ୧୧.୨୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୧.୦୭ ପ୍ରତିଶତ ରହିଛି ।

ନୀତି ଆୟୋଗଙ୍କ ଦ୍ବାରା ଜୁଲାଇ -୨୦୨୩ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୦ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ ୨୯.୩୫ ପ୍ରତିଶତରୁ ୧୫.୬୮ ପ୍ରତିଶତକୁ ହ୍ରାସ ପାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+