ସମ୍ଭାବ୍ୟ ବାତ୍ୟା : ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି) ଦେଓରଞ୍ଜନ କୁମାର ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି। ଯାହା ଲାଗୁଛି ବାତ୍ୟା ହୋଇପାରେ। ୧୨ ଘଣ୍ଟାରେ ଲଘୁଚାପରେ ପରିଣତ ହେବ ଘୁର୍ଣ୍ଣିବଳୟ। ଲଘୁଚାପ ଅବପାତ ହେବା ପରେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ। ଅବପାତ ବାତ୍ୟାରେ ପରିଣତ ହୋଇପାରେ।

ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛୁ। ଏସ୍‌ଆରସି ଶ୍ରୀ ସିଂ କହିଛନ୍ତି ଓଡ଼ିଶା ଉପକୂଳରେ ବାତ୍ୟାର ସମ୍ଭାବନା ରହିଛି। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ସ୍ଥଳଭାଗକୁ ଶୀଘ୍ର ଫେରି ଆସନ୍ତୁ। ଆସନ୍ତା ୨୬ ତାରିଖ ଯାଏଁ ସମୁଦ୍ର ଭିତର ଯାଆନ୍ତୁ ନାହିଁ। ବାତ୍ୟା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଆସନ୍ତାକାଲି ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ତଦାରଖ କରିବେ। ଦୁଇ ସପ୍ତାହ ସମୟ ଥିବା ଗର୍ଭବତୀ ମହିଳାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

State government

ବାତ୍ୟା ସମୟରେ ଅଧିକାରୀମାନଙ୍କର ଦାୟିତ୍ବ ବଢ଼ିଯିବ। ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରବିବାର ସନ୍ଧ୍ୟାରେ ସମସ୍ତ ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରିଛନ୍ତି। ସରକାର କହିଛନ୍ତି, ବିଦ୍ୟାଳୟଗୁଡ଼ିକ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ‌ନେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+