ଦେଲେନି ଦିଦି ଦେବେ ବାବା, ପଶ୍ଚିମବଙ୍ଗ ନୁହେଁ ଉତ୍ତର ପ୍ରଦେଶରୁ ଏଣିକି ଆସିବ ରାଜ୍ୟକୁ ଆଳୁ

ଆଳୁ ପଶ୍ଚିମବଙ୍ଗର ଓଡ଼ିଶାରେ ହାହାକାର । ବେଶ କିଛି ଦେବ ରାଜ୍ୟରେ ଆଳୁକୁ ନେଇ ବେଶ ସରଗରମ ହେଉଛି ମାର୍କେଟ ।ପଶ୍ଚିମବଙ୍ଗରୁ ଆସୁନି ଓଡ଼ିଶାକୁ ଆଳୁ ଯାହା ପାଇଁ ରାଜ୍ୟରେ ବଡ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗକୁ ଛାଡି ଏଥର ରାଜ୍ୟ ସରକାର ନୂଆ ଉପାୟ ବାହାର କରିଛନ୍ତି ।

Potatoe

ରାଜ୍ୟ ସରକାର ବଜାରରେ ଆଳୁ ଅଭାବ ଦୂର କରିବାକୁ ପଶ୍ଚିମବଙ୍ଗ ବଦଳରେ ଉତ୍ତରପ୍ରଦେଶରୁ ଆଳୁ ଆଣିଛନ୍ତି । ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀଙ୍କ ସହ ବ୍ୟବସାୟୀ ମହାସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ ହେବା ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଆଳୁ ସମସ୍ୟା ପଛର ରାଜନୈତିକ କାରଣ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ସରକାର ଉଦ୍ଦେଶ୍ୟମୂଳକ ଭାବେ ଓଡ଼ିଶାକୁ ଆଳୁ ଛାଡୁ ନାହାନ୍ତି। ଫଳରେ ବିଜେପି ଶାସିତ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପଶ୍ଚିମବଙ୍ଗ ଅପେକ୍ଷା ୟୁପି ଆଳୁ ଦର କମ ରହିବ, କିନ୍ତୁ ଗ୍ରାହକ ୟୁପି ଅପେକ୍ଷା ପଶ୍ଚିମବଙ୍ଗ ଆଳୁକୁ ପସନ୍ଦ କରୁଥିବା ବ୍ୟବସାୟୀ କହୁଛନ୍ତି।

ଉତ୍ତରପ୍ରଦେଶରେ ଆଳୁ କ୍ବିଣ୍ଟାଲ ୨୪୦୦ ଟଙ୍କା
ପରିବହନ ଖର୍ଚ୍ଚ ୩୦୦ ଟଙ୍କା
ୟୁପି ଆଳୁ ଓଡ଼ିଶାରେ କ୍ୱିଣ୍ଟାଲକୁ ୨୭୦୦ ଟଙ୍କା
ପଶ୍ଚିମବଙ୍ଗରେ ଆଳୁ କ୍ବିଣ୍ଟାଲ ୨୪୦୦ ଟଙ୍କା
ପରିବହନ ଖର୍ଚ୍ଚ ୨୦୦ ଟଙ୍କା
ଓଡ଼ିଶାରେ ପଶ୍ଚିମବଙ୍ଗ ଆଳୁ କ୍ୱିଣ୍ଟାଲକୁ ୨୬୦୦ ଟଙ୍କା
ବଜାରରେ ୟୁପି ଆଳୁର ଖୁଚୁରା ଦର କିଲୋକୁ ୩୨ରୁ ୩୪ ଟଙ୍କା

ପଶ୍ଚିମବଙ୍ଗ ଆଳୁର ଖୁଚୁରା ଦର କିଲୋକୁ ୩୪ ରୁ ୩୬ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ପଶ୍ଚିମବଙ୍ଗ ଆଳୁର ଚାହିଦା ଅଧିକ ଥିବାରୁ ଖୁଚୁରା ବଜାରରେ ଦର ସାମାନ୍ୟ ଅଧିକ ରହୁଛି । ଓଡ଼ିଶାର ଆଳୁ ଚାହିଦା ମେଣ୍ଟାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶରୁ ୨୦ ଟ୍ରକ ଆଳୁ ପାଇଁ ଅନୁମତି ମିଳିଛି । ୟୁପିରୁ ୭ ଟ୍ରକ ଆଳୁ ଆସି ଓଡ଼ିଶାରେ ପହଞ୍ଚି ସାରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+